ସରୋଜ ମହାପାତ୍ର
ଛାତ୍ର ରାଜନୀତିରୁ ଆରପାରିକୁ ଯିବା ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲେ ଲୁଲୁ ମହାପାତ୍ର। ତାଙ୍କ ଶିରା ପ୍ରସିରାରେ କଂଗ୍ରେସର ରକ୍ତ ପ୍ରବାହିତ ହେଉଥିଲା। ହେଲେ ଲୁଲୁଙ୍କ ଅବର୍ତ୍ତମାନରେ ତାଙ୍କ ପରିବାର ପଦ୍ମବନକୁ ଯିବା ପାଇଁ ଗୋଡ଼ କାଢ଼ିଛନ୍ତି। ତେବେ ଏହି ଫାୟାର ବ୍ରାଣ୍ଡ ନେତାଙ୍କ ପରିବାର ସହ ବିଜେପିର ନିବିଡ଼ତା କ’ଣ ସେ ସମ୍ପର୍କରେ ‘ଓଡ଼ିଶାଲାଇଭ୍’ର ବିସ୍ତୃତ ରିପୋର୍ଟ।









୨୦୧୬ରୁ ଲୁଲୁ-ଧର୍ମେନ୍ଦ୍ରଙ୍କ ଘନିଷ୍ଠତା
୨୦୧୬ ନଭେମ୍ବର ୬ ତାରିଖରେ ଲୁଲୁ ତାଙ୍କର ଅଗଣିତ ଶୁଭେଚ୍ଛୁ, ପ୍ରଶଂସକ ଏବଂ ସମାଲୋଚକଙ୍କୁ ପରକରି ଆର ପାରିକୁ ଚାଲି ଯାଇଥିଲେ। ନୂଆଦିଲ୍ଲୀରୁ ଲୁଲୁଙ୍କ ମର ଶରୀର ଭୁବନେଶ୍ୱରରେ ପହଞ୍ଚିବାକୁ ବେଳକୁ ରାଜଧାନୀ ଜନସମୁଦ୍ର ପାଲଟି ଯାଇଥିଲା। ଏହି ଅବସରରେ ଲୁଲୁଙ୍କ ପରିବାରକୁ ଶଙ୍ଖୋଳିବାକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ଏହିଠାରୁ ହିଁ ବିଜେପି ପ୍ରତି ଲୁଲୁ ପରିବାର ଢ଼ଳିବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି। ଲୁଲୁ କଂଗ୍ରେସର ଜଣେ ତୁଙ୍ଗ ନେତା ଥିଲେ। ହେଲେ ତାଙ୍କ ଦେହାନ୍ତ ପରେ କଂଗ୍ରେସର କୌଣସି ଜାତୀୟ ସ୍ତରର ନେତା ଆସି ନଥିଲେ। ଫଳରେ ଏହାର ଫାଇଦା ବିଜେପି ନେଇଥିବା ଆଲୋଚନା ହେଉଛି।
୨୦୧୭ ଏପ୍ରିଲ୍ ୧୬ ତାରିଖ। ପାଇକ ବିଦ୍ରୋହରେ ନିଜ ଜୀବନକୁ ବାଜି ଲଗାଇଥିବା ୧୬ଟି ପାଇକ ପରିବାରକୁ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିଲେ ଭୁବନେଶ୍ୱର। ରାଜଭବନରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ଉତ୍ସବ। ଏହି ଉତ୍ସବରେ ଦେଖିବାକୁ ମିଳିଥିଲେ ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଝିଅ ଉପାସନା ମହାପାତ୍ରଙ୍କୁ। ପାଇକ ପରିବାରଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୋଦି ଲୁଲୁଙ୍କ ଝିଅ ଉପାସନାଙ୍କ ମୁଣ୍ଡରେ ହାତ ରଖିଥିଲେ। ଏହାକୁ ନେଇ ରାଜନୀତି କରିଡ଼ରରେ ମଧ୍ୟ ଭିନ୍ନ ଚର୍ଚ୍ଚା ହୋଇଥିଲା। ଆଗାମୀ ନିର୍ବାଚନରେ ଲୁଲୁ ପରିବାର ବିଜେପିକୁ ଯିବେ ବୋଲି କୁହାଗଲା।
କାହିଁକି ଗଢ଼ାହେଲା ‘ଲୁଲୁ ସେନା’





