ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର ବିଖ୍ୟାତ ମୋଗଲସରାୟ ଷ୍ଟେସନର ନାମ ବଦଳାଇ ଦିଆଯାଇଛି। ଏଣିକି ଏହା ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରେଳବାଇ ଷ୍ଟେସନରେ ନାମରେ ନାମିତ ହେବ। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଆସିଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଦିଲ୍ଲୀ- ହାୱଡ଼ା ରେଳମାର୍ଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ହେଉଛି ମୋଗଲସରାୟ। ଏହି ନାମ ପରିବର୍ତ୍ତନକୁ ନେଇ ବିଭିନ୍ନ ସ୍ତରରେ ବିବାଦ ସୃଷ୍ଟି ହୋଇଥିଲା।
କୁହାଯାଉଛି ଏହି ରେଳଷ୍ଟେସନ ପାଖରେ ହିଁ ଜନସଂଘର ନେତା ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରହସ୍ୟ ଜନକ ପରିସ୍ଥିତିରେ ରହିଥିଲେ ଓ 1968ରେ ଏଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜୁନ୍ 6 ତାରିଖରେ ୟୁପି ସରକାର ମୋଗଲସରାୟର ନାମ ପରିବର୍ତ୍ତନ ପାଇଁ ସୁପାରିଶ କରିଥିଲେ। ଏହି ସୁପାରିଶ ଏବେ ରେଳ ମନ୍ତ୍ରାଳୟ ଦ୍ୱାରା ଗୃହିତ ହୋଇଛି। ଖବର ଅନୁସାରେ ଆଗକୁ ବି ଏଭଳି ଅନେକ ଷ୍ଟେସନର ନାମ ବଦଳିବ।

 

LEAVE A REPLY

Please enter your comment!
Please enter your name here