ଓଡ଼ିଶାଲାଇଭ୍‌ ବ୍ୟୁରୋ

୪ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ତଲଓ୍ବାର ଦମ୍ପତ୍ତି। ବହୁ ଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ମାମଲାରେ ଡାକ୍ତର ରାଜେଶ ତଲଓ୍ବାର ଏବଂ ନୁପୁର ତଲଓ୍ବାର ଗିରଫ ହୋଇଥିଲେ। ୨୦୧୩ରୁ ଉଭୟ ଗାଜିଆବାଦର ଡାସନା ଜେଲ୍‌ରେ ସଜା କାଟୁଥିଲେ। ସିବିଆଇ କୋର୍ଟ ଉଭୟଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ। ଜେଲ୍‌ରୁ ମୁକୁଳିବା ପରେ ଉଭୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ତଲଓ୍ବାର ଦମ୍ପତ୍ତିଙ୍କୁ ଘରକୁ ଫେରିଛନ୍ତି।
୨୦୦୮ରେ ବହୁ ଚର୍ଚ୍ଚିତ ଆରୁଷି ହତ୍ୟାକାଣ୍ଡ ଘଟିଥିଲା। ଏହି ହତ୍ୟାକାଣ୍ଡରେ ଆରୁଷିଙ୍କ ବାପା, ମା’ଙ୍କ ହାତ ରହିଥିବା ସୁରାକ ପାଇଥିଲା ସିବିଆଇ। ଏହାକୁ ଆଧାର କରି ସିବିଆଇ କୋର୍ଟ ତଲଓ୍ବାର ଦମ୍ପତ୍ତିଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଏହି ରାୟ ବିରୋଧରେ ତଲଓ୍ବାର ଦମ୍ପତ୍ତି ହାଇକୋର୍ଟ ଯାଇଥିଲେ। ମାମଲାର ପୁନଃ ବିଚାର ପାଇଁ ପିଟିସନ ଦାଖଲ କରିଥିଲେ। ଆହ୍ଲାବାଦ ହାଇକୋର୍ଟର ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ତଲଓ୍ବାର ଦମ୍ପତ୍ତିଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି।
୨୦୦୮ ମେ ୨୩ର ଘଟଣା। ଝିଅ ଅରୁଷିଙ୍କୁ ଘରୋଇ ସହାୟକ ହେମରାଜଙ୍କ ସହ ଆପତ୍ତିଜନକ ଅବସ୍ଥା ଦେଖିଥିଲେ ରାଜେଶ ଓ ନୁପୁର ତଲଓ୍ବାର। ଏଥିରେ ଉତକ୍ଷୀପ୍ତ ହୋଇ ତଲଓ୍ବାର ଦମ୍ପତ୍ତି ଉଭୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

 

Comment