ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରାଖଣ୍ଡର ବିଶ୍ବ ପ୍ରସିଦ୍ଧ କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ଦିର ଗର୍ଭ ଗୃହରେ ପ୍ରାୟ ୨୦ ମିନିଟ୍ ଧରି ମହାଦେବଙ୍କୁ ପୂଜା କରିଥିଲେ ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥିଲେ। ମନ୍ତ୍ର ଉଚ୍ଚାରଣରେ ମନ୍ଦିର ପରିସର କମ୍ପି ଉଠିଥିଲା। କେଦାରନାଥ ପୀଠକୁ ବିଶ୍ବ ସ୍ତରୀୟ ପର୍ଯ୍ୟଟନ ସ୍ଥଳ କରିବାକୁ ମୋଦି ଘୋଷଣା କରିଛନ୍ତି। ଏଠାକାର ଆଧ୍ୟାତ୍ମିକ ପରିବେଶକୁ ଅକ୍ଷୁର୍ଣ୍ଣ ରଖାଯାଇ ଅତ୍ୟାଧୁନିକ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି।
ନରେନ୍ଦ୍ର ମୋଦି କହିଛନ୍ତି, “କେଦାରନାଥଙ୍କ ଆଶୀର୍ବାଦରୁ ଉତ୍ତରାଖଣ୍ଡରେ ବିଜେପି ସରକାର ଗଢ଼ିଛି। କେଦାରନାଥ ପୀଠର ବ୍ୟାପକ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।”
କେଦାରନରାଥଙ୍କୁ ଦର୍ଶନ କରିବା ପରେ ମୋଦି ପୂର୍ବର କଂଗ୍ରେସ ସରକାରକୁ ଟାର୍ଗଟେ କରିଛନ୍ତି। ୨୦୧୩ରେ ଉତ୍ତରାଖଣ୍ଡରେ ପ୍ରବଳ ବନ୍ୟା ଯୋଗୁଁ ପୀଠର ବ୍ୟାପକ କ୍ଷତି ହୋଇଥିଲା। ଏହି ପୀଠର ବିକାଶ କରିବା ପାଇଁ ତତ୍କାଳୀନ କଂଗ୍ରେସ ସରକାରଙ୍କୁ ଗୁଜୁରାଟ ସରକାର ସହାୟତାର ହାତ ବଢ଼ାଇଥିଲେ। ଏଥିପାଇଁ ହରିଶ ରାଓ୍ବତ ସରକାର ରାଜି ହୋଇଥିଲେ। ହେଲେ କେନ୍ଦ୍ର ଉପା ସରକାରଙ୍କ ଚାପରେ ଉତ୍ତରାଖଣ୍ଡ ସରକାର ସହାୟତା ନେବାକୁ ମନା କରିଥିଲେ।
ଶିତ ଦିନ ପୂର୍ବରୁ କେଦାରନାଥ ପୀଠ ବନ୍ଦ ହୋଇଛି। ଏହା ପୂର୍ବରୁ ମୋଦି ବାବାଙ୍କ ଦର୍ଶନ କରିଛନ୍ତି। ସେହିପରି ଏହି ପୀଠ ଖୋଲିବା ବେଳେ ମଧ୍ୟ ମୋଦି ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ।

 

Comment