ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ଏମ୍ସରେ ବୁଧବାର ସକାଳ ୯ଟାରୁ ଆରମ୍ଭ ହୋଇଛି ଏହି ଅପରେସନ୍। ଉଭୟଙ୍କୁ ଅଲଗା କରିବା ପାଇଁ ବିଶେଷଜ୍ଞ ଦଳ ଅପରେସନ୍ ଜାରି ରଖିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏହି ଅପରେସନ୍ ୨୭ ଘଣ୍ଟା ପର୍ଯ୍ୟନ୍ତ ଚାଲିବ।
ଅଗଷ୍ଟ ୨୬ରେ ଜଗା-କାଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ୍ କରାଯାଇଥିଲା। ୪୦ ଜଣିଆ ଡାକ୍ତରୀ ଦଳ ଏହି ଅପରେସନରେ ସାମିଲ ହୋଇଥିଲେ। ଏହି ଟିମ୍‌ରେ ଜାପାନରୁ ଆସିଥିବା ବିଶେଷଜ୍ଞ ଟିମ୍ ମଧ୍ୟ ସାମିଲ୍ ହୋଇଥିଲେ। ଫୁଲବାଣୀର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅପରେସନ୍ ପାଇଁ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ। ମୁଖ୍ୟମନ୍ତ୍ରୀ ନିଜ ରିଲିଫ୍ ପାଣ୍ଡିରୁ ୧ କୋଟି ଟଙ୍କାର ସହାୟତା ଦେଇଥିଲେ।
ଯୋଡ଼ା ମୁଣ୍ଡ ଶିଶୁଙ୍କ ସମ୍ପର୍କରେ ଜଣାପଡ଼ିବା ପରେ ପ୍ରଥମେ ବଡ଼ ମେଡିକାଲରେ ଉଭୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଉଭୟଙ୍କୁ ଅଲଗା କରିବା ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା

LEAVE A REPLY

Please enter your comment!
Please enter your name here