ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଦିନ ତମାମ୍ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଛତ୍ରପୁର ଥାନାରେ ରହିବାକୁ ପଡ଼ିଛି। ମାରାଥନ୍ ଜେରା କରି ପୋଲିସ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଲିଙ୍କ୍‌ ଖୋଜିଛି।

ଛତ୍ରପୁର ପୋଲିସ ଆଜି ଗୋଲକ ମହାପାତ୍ରଙ୍କୁ ମାରାଥନ୍ ଜେରା କରିଛି। ପର୍ଯ୍ୟାୟ ପର୍ଯ୍ୟାୟ କରି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଲିଙ୍କ୍‌ ଖୋଜିଛି। ପ୍ରଥମ ପର୍ଯ୍ୟାୟରେ ଗୋଲକଙ୍କୁ ପୋଲିସ ୧ ଘଣ୍ଟା ଜେରା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨ ଘଣ୍ଟା ଧରି ଜେରା କରିଛି ପୋଲିସ।

ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସହ ତାଙ୍କର ସମ୍ପର୍କ କ’ଣ ଏବଂ କଲ୍‌ ରେକର୍ଡ ସମ୍ପର୍କରେ ପୋଲିସ ଖୋଳିତାଡି ପଚାରିଥିବା ଜଣାପଡ଼ିଛି। ଜେରା ପରେ ତଦନ୍ତକୁ ସହଯୋଗ କରିବା ପାଇଁ ଗୋଲକ କହିଛନ୍ତି।

ଗୋଲକ ମହାପାତ୍ର କହିଛନ୍ତି, “ଥାନାରେ ହାଜର ହେବା ପାଇଁ ପୋଲିସ ନୋଟିସ୍ କରିଥିଲା। ନୋଟିସ ପାଇବା ପରେ ଥାନାରେ ହାଜର ହୋଇଛି। ପୋଲିସ ଅଧିକାରୀ ଯାହା ପଚାରିଲେ ସେ ସମ୍ପର୍କରେ କହିଲି। ଆଗକୁ ଯେତେବେଳେ ଡାକିବେ ତଦନ୍ତରେ ସହଯୋଗ କରିବି।”

ଥାନାରେ ହାଜର ହେବା ପାଇଁ ପୋଲିସ ଗୋଲକଙ୍କୁ ନୋଟିସ ଦେଇଥିଲା। ଛତ୍ରପୁର ପୋଲିସର ନୋଟିସ ପାଇବା ପରେ ଗୋଲକ ଭୁବନେଶ୍ବରରୁ ଗଞ୍ଜାମ ଅଭିମୁଖେ ବାହାରିଥିଲେ। ୪୦ ଜଣିଆ ଟିମ୍‌କୁ ନେଇ ଗୋଲକ ଛତ୍ରପୁର ଥାନାରେ ହାଜର ହୋଇଥିଲେ। ସେଠାରେ ବହୁ ବିଜେପି କର୍ମୀ ମଧ୍ୟ ଗୋଲକଙ୍କୁ ସ୍ବାଗତ କରିଥିଲେ। ଏହି ସମୟରେ ଛତ୍ରପୁର ବିଜେଡି ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୋଲକଙ୍କୁ ଗିରଫ କରିବା ପାଇଁ ଛତ୍ରପୁର ବିଧାୟକ ପ୍ରିୟାଂଶୁ ପ୍ରଧାନ ଦାବି କରିଛନ୍ତି।

 

 

 

LEAVE A REPLY

Please enter your comment!
Please enter your name here