ଓଡ଼ିଶାଲାଇଭ୍‍ ବ୍ୟୁରୋ

ଋଷରେ ଆଗାମୀ ଦିନରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ରସାଳ ହେବାକୁ ଯାଉଛି। ଏହି ନିର୍ବାଚନରେ ବର୍ତ୍ତମାନର ରାଷ୍ଟ୍ରପତି ବ୍ଲାଦିମିର୍ ପୁଟିନଙ୍କ ବିରୁଦ୍ଧରେ ଲଢ଼ିବେ ଜଣେ ପୂର୍ବତନ ପର୍ଣ୍ଣ ଷ୍ଟାର। ଉତ୍ତର-ପଶ୍ଚିମ ଋଷର ଏଲିନା ବର୍କୋବା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡକରି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି।

ଏଲିନା ଏହି ଭିଡିଓରେ କହିଛନ୍ତି ଯେ ଯୌନଶୋଷଣ କରିଥିବା ଅପରାଧୀଙ୍କୁ ସେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ଲାଗୁ କରିବେ। ତା’ଛଡ଼ା ୪୦ ସେଣ୍ଟିମିଟରରୁ ଅଧିକ ସ୍କର୍ଟ ଉପରେ ବି ସେ କଟକଣା ଲାଗୁ କରିବା ପାଇଁ ପ୍ରସ୍ତୁତ। ୩୨ ବର୍ଷୀୟା ଏଲିନା କହିଛନ୍ତି ଯେ ଯୌନ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କୁ ଏଥିପାଇଁ ଫାଶୀ ଦଣ୍ଡବିଧାନ କରିବା ପାଇଁ ଇଛୁକ କାରଣ ହାର୍ବିୱାଇନଷ୍ଟିନ୍ ଭଳି ଲୋକଙ୍କ ସଂଖ୍ୟା ହ୍ରାସ କରିବା ଦରକାର। କହିରଖୁ ଯେ ହାର୍ବି ଯୌନ ଅପରାଧର କଳଙ୍କ ବହନ କରୁଥିବା ଚଳଚ୍ଚିତ୍ର ନିର୍ମାତା ଭାବରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି।

ଏଲିନା ଆହୁରି ମଧ୍ୟ କହିଛନ୍ତି ଯେ ପୁରୁଷମାନଙ୍କ ଜୀବନକୁ ସେ ମହଙ୍ଗା କରିବେ। ନିଜ ପତ୍ନୀଙ୍କୁ ସେମାନେ ଆଉ ଛାଡ଼ପତ୍ର ଦେଇପାରିବେ ନାହିଁ। ସ୍କୁଲରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯୌନଶିକ୍ଷା ବାଧ୍ୟତାମୂଳକ କରାଯିବ ବୋଲି ସେ କହିଛନ୍ତି। ଭିଡିଓରେ ଏଲିନା ଏକଥା ବି କହିଛନ୍ତି ଯେ ଋଷରେ ଅଧିକାଂଶ ଯୁବକ ଆଇନକାନୁନ୍ ବିଷୟରେ କିଛି ଜାଣନ୍ତି ନାହିଁ, ଏଣୁ ସେମାନଙ୍କୁ ସଚେତନ ନାଗରିକ ଭାବରେ ପରିଚିତ କରାଇବା ତାଙ୍କ ଲକ୍ଷ୍ୟ ହେବ।

ବାର୍କୋବା ଯଦି ଋଷ ରାଷ୍ଟ୍ରପତି ନିର୍ବାଚନ ମଇଦାନକୁ ଓହ୍ଲାନ୍ତି, ତେବେ ସେ ଚତୁର୍ଥ ମହିଳା ହେବେ।

Comment