(ଓଡ଼ିଶାଲାଇଭ୍ ବ୍ୟୁରୋ)
ଥିରୁଭନନ୍ତପୁରମ୍ରେ ଆଜି ଟି-୨୦ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ। ନ୍ୟୁଜିଲାଣ୍ଡକୁ ୬ ରନ୍ରେ ମାତ୍ ଦେଇଛନ୍ତି ଭାରତୀୟ ଖେଳାଳି। ଫଳରେ ୨-୧ରେ ସିରିଜ୍କୁ କବ୍ଜା କରିଛି ଭାରତ। ଟି-୨୦ ଫର୍ମାଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଏହା ହେଉଛି ପ୍ରଥମ ବିଜୟ।
ମ୍ୟାଚରେ ଆଜି ବର୍ଷା ସାଜିଥିଲା ପ୍ରତିବନ୍ଧକ। ଫଳରେ ୮-୮ ଓଭର ବିଶିଷ୍ଟ ମ୍ୟାଚ ଖେଳା ଯାଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ୮ ଓଭରରେ ୬୭ ରନ୍ ସଂଗ୍ରହ କରି ନ୍ୟୁଜିଲାଣ୍ଡକୁ ୬୮ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ଟିମ୍ ୮ ଓଭରରେ ୬ ଓ୍ବିକେଟ ହରାଇ ୬୧ ରନ୍ କରିବାକୁ ସମର୍ଥ ହୋଇଥିଲା।
ଟିମ୍ ଇଣ୍ଡିଆ ୫ ଓ୍ବିକେଟ ହରାଇ ୬୭ ରନ୍ କରିଥିଲା। ଦଳର ମନୀଷ ପାଣ୍ଡେ ୧୭, ହାର୍ଦ୍ଦିକ ପାଣ୍ଡ୍ୟା ୧୫, ବିରାଟ କୋହଲି ୧୩ ରନ୍ କରିଥିଲେ।
ଭାରତ-ନ୍ୟୁଜିଲାଣ୍ଡ ୯ଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ
-୨୦୦୭ ଡିସେମ୍ବର ୧୬ରେ ହୋଇଥିବା ମ୍ୟାଚରେ ୧୦ ରନ୍ରେ ଜିତିଥିଲା ନ୍ୟୁଜିଲାଣ୍ଡ
-୨୦୦୯ ଫେବୃଆରୀ ୨୫ରେ ୭ ଓ୍ବିକେଟରେ ଜିତିଥିଲା ନ୍ୟୁଜିଲାଣ୍ଡ
-୨୦୦୯ ୨୭ ଫେବୃଆରୀରେ ୪ ଓ୍ବିକେଟରେ ଜିତିଥିଲା ନ୍ୟୁଜିଲାଣ୍ଡ
-୨୦୧୨ ସେପ୍ଟେମ୍ବର ୮ରେ ମ୍ୟାଚ ବାତିଲ ହୋଇଥିଲା
-୨୦୧୨ ସେପ୍ଟେମ୍ବର ୧୧ରେ ୧ ରନ୍ରେ ଜିତିଥିଲା ନ୍ୟୁଜିଲାଣ୍ଡ
-୨୦୧୬ ମାର୍ଚ୍ଚ ୧୫ରେ ୪୭ ରନ୍ରେ ଜିତିଥିଲା ନ୍ୟୁଜିଲାଣ୍ଡ
-୨୦୧୭ ନଭେମ୍ବର ୧ରେ ୫୩ ରନ୍ରେ ଜିତିଲା ଭାରତ
-୨୦୧୭ ନଭେମ୍ବର ୪ରେ ୪୦ ରନ୍ରେ ଜିତିଲା ନ୍ୟୁଜିଲାଣ୍ଡ
-୨୦୧୭ ନଭେମ୍ବର ୭ରେ ୬ ରନ୍ରେ ଜିତିଲା ଭାରତ