(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ରିଲାଏନ୍‌ସ କମ୍ୟୁନିକେସନ୍‌ ଗ୍ରାହକଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଡିସେମ୍ବର ୧ରୁ ମୋବାଇଲ୍‌ ନେଟୱାର୍କ ଦୁନିଆର ବାଦ୍‌ସାହା ସାଜିଥିବା ଅନିଲ ଅମ୍ବାନୀଙ୍କ ଆର୍‌କମ୍‌ ସର୍ଭିସ ଓଡ଼ିଶା ସମେତ ଆଉ କିଛି ରାଜ୍ୟରେ ସେବା ବନ୍ଦ କରିବାକୁ ଯାଉଛି। ଆର୍‌କମ୍‌ ନେଟୱାର୍କରୁ ଅନ୍ୟ ନେଟୱାର୍କକୁ ଯିବା ପାଇଁ ଗ୍ରାହକ ପ୍ରକ୍ରିୟା ଆରମ୍ଭ କଲେଣି।

ଡିସେମ୍ବର ୧ରୁ ବନ୍ଦ ହେଉଛି ରିଲାଲନ୍‌ସ କମ୍ୟୁନିକେସନର ଭଏସ୍‌ କଲ୍‌। ତେଣୁ ଏବେଠାରୁ ରିଲାଏନ୍‌ସ ଗ୍ରାହକମାନେ ଅନ୍ୟ ନେଟୱାର୍କକୁ ଯିବାକୁ ସଜବାଜ ହେଲେଣି। ମିଳିଥିବା ସୂଚନା ଅନୁଯାୟୀ, ରିଲାଏନ୍‌ସ କମ୍ୟୁନିକେସନ୍‌ ଏଣିକି କେବଳ ୪ଜି ଡାଟା ସର୍ଭିସ୍‌ କରାଯିବ।

କାହିଁକି ବନ୍ଦ ହେଉଛି ଭଏସ୍‌ କଲିଂ?

ରିଲାଏନ୍‌ସ କମ୍ୟୁନିକେସନ୍‌ (ଆର୍‌କମ୍‌) ଉପରେ ୪୬ ହଜାର କୋଟି ଟଙ୍କାର ଋଣ ରହିଛି। ଏୟାରସେଲ୍‌ ସହିତ ଓୟାରଲେସ୍‌ ବିଜ୍‌ନେସ୍‌ରେ ମଧ୍ୟ ଆର୍‌କମ୍‌ କମ୍ପାନି ଫେଲ୍‌ ମାରିଛି। ଫଳରେ କମ୍ପାନି ନିଜର ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

କମ୍ପାନି କେଉଁ ସେବା ପ୍ରଦାନ କରିବ?

ଆର୍‌କମ୍‌ ବର୍ତ୍ତମାନ ଦେଶର ୮ଟି ସର୍କଲରେ ସେବା ପ୍ରଦାନ କରିବ। ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ଉତ୍ତରପ୍ରଦେଶର ପୂର୍ବ ଏବଂ ପଶ୍ଚିମାଞ୍ଚଳ, ତାମିଲ୍‌ନାଡୁ, କର୍ଣ୍ଣାଟକ ଏବଂ କେରଳରେ କମ୍ପାନି ୨ଜି ଏବଂ ୪ଜି ସେବା ଯୋଗାଇବ। ଅନ୍ୟ ରାଜ୍ୟର ଗ୍ରାହକମାନେ ଏଣିକି ଅନ୍ୟ ମୋବାଇଲ୍‌ ନେଟୱାର୍କ ଗ୍ରହଣ କରିବାକୁ ପଡ଼ିବ। ରିଲାଏନ୍‌ସ ଗ୍ରାହକମାନେ ସେମାନଙ୍କ ନମ୍ବର ପୋର୍ଟ କରିବାକୁ ପଡ଼ିବ। ହେଲେ ଆର୍‌କମ୍‌ ପକ୍ଷରୁ ଗ୍ରାହକମାନଙ୍କୁ ପୋର୍ଟିଂ କୋଡ୍‌ ମେସେଜ ଜରିଆରେ ଦିଆଯାଉଛି। ଡିସେମ୍ବର ୩୧ ତାରିଖ ଭିତରେ ଗ୍ରାହକ ନମ୍ବର ପୋର୍ଟିଂ କରିପାରିବେ।

ଓୟାରଲେସ୍‌ ବିଜନେସ୍‌ ବି ବନ୍ଦ ହେବ

ରିଲାଏନ୍‌ସ୍‌ କମ୍ପାନି ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଭଏସ୍‌ କଲ୍‌ ସହ କମ୍ପାନି ଓ୍ବୟାରଲେସ୍‌ ବିଜ୍‌ନେସ୍‌ ମଧ୍ୟ ବନ୍ଦ କରିବାକୁ ଯାଉଛି। ନଭେମ୍ବର ୩୦ ତାରିଖ ହେଉଛି ଓୟାରଲେସ୍‌ ବିଜନେସ୍‌ ବନ୍ଦ କରିବାର ଶେଷ ତାରିଖ। ଏହାସହ କମ୍ପାନି ଡିଟିଏଚ୍‌ ସର୍ଭିସ ବି ବନ୍ଦ କରିବ ବୋଲି ଘୋଷଣା କରିଛି। ଏ ସମ୍ପର୍କରେ କମ୍ପାନିର ସମସ୍ତ କର୍ମଚାରୀଙ୍କୁ ଆଗୁଆ ସୂଚନା ଦିଆଯାଇଛି।

Comment