(ଓଡ଼ିଶାଲାଇଭ୍‍ ବ୍ୟୁରୋ)

ଏକ ମର୍ମନ୍ତୁଦ ଘଟଣା କ୍ରମରେ ସମ୍ବଲପୁରର ଏକ ଶିକ୍ଷକ ପରିବାର ନିଶ୍ଚିହ୍ନ ହୋଇଯାଇଛି। ପରିବାରର ଅନ୍ୟ ୪ ସଦସ୍ୟଙ୍କ ସହ ମିଶି ଗୃହକର୍ତ୍ତା ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ରାତିରେ ସମ୍ବଲପୁର ଶାରଳା ଛକ ନିକଟ ଲେବଲ କ୍ରସିଂଠାରେ ମୃତ ଦେହଗୁଡ଼ିକ ପଡ଼ିବା ଦେଖାଯାଇଥିଲା। ଯଦିଓ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ ତେବେ ଗରିବୀ ହିଁ ଏହି ନିଷ୍ପତ୍ତି ପଛରେ ଏକ ବଡ଼ କାରଣ ବୋଲି ଅନୁମାନ କରାଯାଉଛି।

ମୃତ ପରିବାର ହେଉଛନ୍ତି ସହରର ଜଣେ ଜଣାଶୁଣା ସଂଗୀତ ଶିକ୍ଷକ ଧରଣୀଧର ପଣ୍ଡାଙ୍କର। ପତ୍ନୀ ଓ ୩ ଝିଅଙ୍କ ସହ ସେ ଜଗନ୍ନାଥ କଲୋନୀରେ ରହୁଥିଲେ।

ଦେଖଣାହାରୀଙ୍କ କହିବା ଅନୁଯାୟୀ ପ୍ରଥମେ ସମ୍ବଲପୁର-ଝାରସୁଗୁଡା ଡିଏମୟୁ ଟ୍ରେନର ଡ୍ରାଇଭର ଏହି ମୃତ ଦେହକୁ ଟ୍ରାକ ଉପରେ ପଡିଥିବାର ଦେଖିଥିଲେ। ସାଙ୍ଗେ ସାଙ୍ଗେ ଜିଆରପିକୁ ସେ ଜଣାଇଥିଲେ। ଜିଆରପି ଓ ଆରପିଏଫ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଥିଲେ ଓ ପରେ ଏହାକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଦିଆଯାଇଥିଲା। ଘଟଣା ସ୍ଥଳରୁ ସ୍ୱର୍ଗତ ପଣ୍ଡାଙ୍କ ପ୍ୟାନ୍ କାର୍ଡ, ଆଧାର କାର୍ଡ ଓ ମୋବାଇଲ ଫୋନ ମିଳିଥିଲା।

Comment