(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଡାକ୍ତର ଓମ୍‌କାର ହୋତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ଜିଲ୍ଲାର ଜଣେ ଗର୍ଭବତୀଙ୍କୁ ୮ କିମି କାନ୍ଧରେ ବୋହିନେଇ ମେଡିକାଲରେ ପହଞ୍ଚାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି। ଡାକ୍ତର ହୋତାଙ୍କର ଏହି ନିସ୍ବାର୍ଥପର ସେବା ଓ ମାନବିକତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଶଂସାପତ୍ର ସହ ରୁପାର ଏକ ସ୍ମାରକ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡାକ୍ତର ହୋତାଙ୍କର ଏହି ଉତ୍ସର୍ଗୀକୃତ ସେବାକୁ ମିଳିବ ସରକାରୀ ସ୍ୱୀକୃତି। ଚଳିତବର୍ଷଠାରୁ ରାଜ୍ୟ ସରକାର ଉତ୍କଳମଣି ଗୋପବନ୍ଧୁ ଦାସ ପୁରସ୍କାର ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭଲ କାମ କରୁଥିବା ଡାକ୍ତରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ଡାକ୍ତର ଓମ୍‌କାର ହୋତା କହିଛନ୍ତି, “ମୁଁ ଯେତେବେଳେ ଡାକ୍ତରୀ ପାସ୍‌ କଲି ସେତେବେଳେ ମୋର ମୂଳ ଲକ୍ଷ୍ୟ ଥିଲା ଗରିବ, ଆଦିବାସୀ ଓ ଲୋକମାନଙ୍କ ପାଇଁ କାମ କରିବି। ଆଜି ବି ଦୁର୍ଗମ ଅଞ୍ଚଳରେ ଅନେକ ଲୋକ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିନାହାନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏମାନେ ବହୁତ ପଛରେ। ତେଣୁ ଏହି ଲୋକମାନଙ୍କୁ ହିଁ ଆଗାମୀ ଦିନରେ ସେବା ଯୋଗାଇ ଦେବା ମୋର ଲକ୍ଷ୍ୟ।”

Comment