(ଓଡ଼ିଶାଲାଇଭ୍‍ ବ୍ୟୁରୋ)

ଡିସେମ୍ବର ୨୨ରୁ ଶୁଭାରମ୍ଭ ହେବ କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍‌-୨୦୧୭। ଏହି ଉତ୍ସବକୁ ଉଦଘାଟନ କରିବେ ସଦ୍‌ଗୁରୁ ଜାଗୀ ବାସୁଦେବ। ଏହା ଦୁଇଦିନ ଧରି ଚାଲିବ ଏବଂ ଏଥିରେ ଶତାଧିକ କବି, ଲେଖକ ଏବଂ କଳାକାର ଯୋଗଦେବେ।

ଯୁବପିଢ଼ିଙ୍କୁ ସାହିତ୍ୟ ପ୍ରତି ଆକର୍ଷିତ କରିବା ପାଇଁ  ଏବଂ ପଠନ-ଲେଖନୀ ଶୈଳୀକୁ ବିକଶିତ କରିବାର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ‘ଅଲୌଲିକ କଳିଙ୍ଗ-ଅନ୍ତରାଷ୍ଟ୍ରୀୟ କବିତା ମହୋତ୍ସବ’ର ସ୍ୱତନ୍ତ୍ର ଅଧ୍ୟାୟ ଭୁବନେଶ୍ୱରରେ ଆୟୋଜନ ହେବ।

ଦେଶ ତଥା ଦେଶ ବାହାରୁ କବି, ଲେଖକମାନେ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବଲିଉଡର ପ୍ରସିଦ୍ଧ ଗୀତିକାର ସମୀର ଅନଜାନ ଏବଂ ସାଗର ସରହଦୀଙ୍କ ଭଳି ପ୍ରସିଦ୍ଧ କବିମାନେ ଏହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିବେ।

କଳିଙ୍ଗ ସାହିତ୍ୟ ଉତ୍ସବର ସଂସ୍ଥାପକ ତଥା ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡ଼ା କହିଛନ୍ତି, ” ଓଡ଼ିଶା ଡାଏରି ଫାଉଣ୍ଡେସନ ଏବଂ ଓଡ଼ିଶା ମିଡ଼ିଆ ଇନ୍‌ଫୋ ସର୍ଭିସ ପ୍ରାଇଭେଟ ଲିମିଟେଡ୍‍ ପକ୍ଷରୁ ପ୍ରତିବର୍ଷ ଭୁବନେଶ୍ୱରରେ କଳିଙ୍ଗ ସାହିତ୍ୟ ଉତ୍ସବ ଆୟୋଜନ କରାଯାଇଆସୁଛି। କଳିଙ୍ଗ ସାହିତ୍ୟ ଉତ୍ସବ କଳାକାରମାନଙ୍କୁ ବିସ୍ତୃତ ମଞ୍ଚ ପ୍ରଦାନ କରିଛି। ଏହି ଉତ୍ସବରେ ବହୁ ଯୁବ ସାହିତ୍ୟିକ, କଳାକାର ଯୋଗଦେଇ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ ଆଲୋକପାତ କରିଥା’ନ୍ତି।”

Comment