ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇରାନ-ଇରାକ ସୀମାରେ ଆସିଥିବା ଜବରଦସ୍ତ ଭୂକମ୍ପରେ ୨୦୭ ଜଣ ପ୍ରାଣ ହରାଇଥିବା ବେଳେ ଶହଶହ ଲୋକ ଆହତ ହୋଇଛନ୍ତି। ପ୍ରାୟ ୨୦୦ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି।ରବିବାର ଦିନ ଆସିଥିବା ଏହି ଭୂକମ୍ପର କେନ୍ଦ୍ର ଇରାନ ଓ ଇରାକ୍ ସୀମା ମଧ୍ୟରେ ହଲଜ୍ଵା ନିକଟରେ ରହିଥିଲା। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ଥିଲା ୭.୩।

ଭୂକମ୍ପର ଗଭୀରତା ୪୦ କିମି ଗହୀର ପର୍ଯ୍ୟନ୍ତ ମପା ଯାଇଥିବା କଥା କୁହାଯାଉଛି।ଭୂକମ୍ପର ପ୍ରଭାବ ତୁର୍କୀ, ଇସ୍ରାଏଲ ପର୍ଯ୍ୟନ୍ତ  ମଧ୍ୟ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ଫଳରେ ଇରାନର ୨୦ ଖଣ୍ଡ ଗାଁ ନିଶ୍ଚିହ୍ନ ହୋଇ ଯାଇଛି। ବିଜୁଳି ଓ ପାଣି ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଇଛି। ଇରାନର ଜରୁରିକାଳୀନ ସେବା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ହେଲିକପ୍ଟର୍ ଜରିଆରେ ଉଦ୍ଧାର କାର୍ଯ୍ୟ ଜୋରସୋର ଭାବେ ଚାଲୁ ରହିଛି।ଭୂକମ୍ପ ଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେବା ଲକ୍ଷ୍ୟ କରାଯାଇଛି।

ଇରାନ ସରକାରଙ୍କ ସୂଚନା ବିଭାଗ ପକ୍ଷରୁ ଏହି ଭୂକମ୍ପରେ ୧୩୯ ଲୋକ ପ୍ରାଣ ହରାଇଛନ୍ତି ବୋଲି ଦାବି କରାଯାଇଛି। କିନ୍ତୁ ଏହା ୨୦୦ ଡ଼େଇଁ ଯାଇଥିବା ଆଶଙ୍କା କରାଯାଉଛି। ଭୂକମ୍ପ ପରେ ପରେ ଲୋକେ ରାସ୍ତା ଉପରେ ଜମା ହୋଇ ଯାଇଥିଲେ। ଇରାନର ଏକ ଟିଭି ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ ଗାଁ ଗୁଡ଼ିକ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି।

Comment