ଓଡ଼ିଶାଲାଇଭ୍ ବ୍ୟୁରୋ
ଘନୀଭୂତ ହେଉଛି ଲଘୁଚାପ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଆଜିଠୁ ହେବ ବର୍ଷା। ୧୫ ତାରିଖରୁ ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ହେବ। ଅଦିନିଆ ବର୍ଷାକୁ ନେଇ ଚାଷୀ ପଡ଼ିଛନ୍ତି ଚିନ୍ତାରେ।
ଘନୀଭୂତ ହେଉଛି ଦକ୍ଷିଣ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଲଘୁଚାପ ୟୋଲୋ ମାର୍କ ଲୋ ପ୍ରେସରରେ ପରିଣତ ହୋଇଥିବାରୁ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ଆଜିଠୁ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆକାଶ ମେଘାଛନ୍ନ ରହିଛି। ଏଣୁ ୧୫ ତାରିଖରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଲଘୁଚାପ ପ୍ରଭାବରେ ଗଞ୍ଜାମ, କଟକ, ଖୋର୍ଦ୍ଧା, ପୁରୀ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ୪୦ରୁ ୪୫ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦଶେକ ଡକ୍ଟର ଶରତ ସାହୁ କହିଛନ୍ତି, “ଲଘୁଚାପ ୟେଲୋ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆକାଶ ମେଘୁଆ ରହିଛି। ଦକ୍ଷିଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ହେବାର ଆଶଙ୍କା କରାଯାଉଛି।”
ଅଦିନିଆ ବର୍ଷାକୁ ନେଇ ଚାଷୀକୂଳ ଭୟଭିତ ହୋଇଯାଇଛନ୍ତି। ଜମିରୁ ଫସଲ ଅମଳ କରି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଲାଗିପଡ଼ିଛନ୍ତି। ଫସଲକୁ ଘୋଡ଼ାଇ ରଖିବା ପାଇଁ ଓୟୁଏଟି ଏବଂ ରାଜସ୍ବ ବିଭାଗ ତରଫରୁ ଆଗୁଆ ଚାଷୀମାନଙ୍କୁ ସତର୍କ କରାଯାଇଥିଲା।








ଘନୀଭୂତ ହେଉଛି ଲଘୁଚାପ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଆଜିଠୁ ହେବ ବର୍ଷା। ୧୫ ତାରିଖରୁ ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ହେବ। ଅଦିନିଆ ବର୍ଷାକୁ ନେଇ ଚାଷୀ ପଡ଼ିଛନ୍ତି ଚିନ୍ତାରେ।









