ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡନ୍‌ ଦାଉଦ ଇବ୍ରାହିମ୍‌ ସମ୍ପତ୍ତିକୁ ଆଜି ନିଲାମ କରିଛନ୍ତି ମହାରାଷ୍ଟ୍ର ସରକାର। ଏହାକୁ ସାଢ଼େ ୧୧କୋଟି ଟଙ୍କାରେ କିଣିଛନ୍ତି ମୁମ୍ବାଇର ସୈଫ୍ ଅଫ୍‌ଲିଫ୍ଟମେଣ୍ଟ ବୁରହାନୀ ଟ୍ରଷ୍ଟ।

ନିଲାମ ହୋଇଛି ମୋଷ୍ଟ ଓ୍ବାଣ୍ଟେଡ ଅଣ୍ଡର ଓ୍ବାର୍ଲଡ ଡନ୍‌ ଦାଉଦ ଇବ୍ରାହିମ୍‌ ସମ୍ପତ୍ତି। ମୁମ୍ବାଇରେ ଥିବା ୩ଟି ପ୍ରପର୍ଟିକୁ ସାଢ଼େ ୧୧କୋଟି ଟଙ୍କାରେ ନିଲାମ କରାଯାଇଛି। ଡନ୍‌ର ଏହି ସମ୍ପତ୍ତିକୁ ନିଲାମ ନେଇଛନ୍ତି ମୁମ୍ବାଇର ସୈଫ୍ ଅଫ୍‌ଲିଫ୍ଟମେଣ୍ଟ ବୁରହାନୀ ଟ୍ରଷ୍ଟ। ମହାରାଷ୍ଟ୍ର ସରକାର ଏହି ସମ୍ପତ୍ତିକୁ ନିଲାମ କରିଛନ୍ତି।

ମୁମ୍ବାଇରେ ଭଙ୍ଗାରୁଜା ଅବସ୍ଥାରେ ଥିବା ହୋଟେଲ୍ ରୋନକ୍‌ ଅଫ୍‌ରୋଜ୍‌ ବା ଦିଲ୍ଲୀ ଜାଇକାକୁ ନିଲାମ କରାଯାଇଛି। ସେହିପରି ଡି କମ୍ପାନିର ସବନମ ଗେଷ୍ଟ ହାଉସ୍‌ ଏବଂ ଡମାରଓ୍ବାଲା ବଙ୍ଗଳାକୁ ବି ନିଲାମ କରାଯାଇଛି। ଓରାଙ୍ଗାବାଦରେ ଥିବା ଫ୍ଲାଟ ଏବଂ ଦାଦରୀଓ୍ବାଲରେ ଥିବା ମହୁମୂଲ୍ୟ ସମ୍ପତ୍ତିକୁ ମଧ୍ୟ ନିଲାମ କରାଯାଇଛି।

ହୋଟେଲ୍ ରୋନକ ଅଫ୍‌ରୋଜ ୨୦୦୩ ମସିହାରେ ମଧ୍ୟ ନିଲାମ ହୋଇଥିଲା। ବରିଷ୍ଠ ସାମ୍ବାଦିକ ବାଲକ୍ରିଷ୍ଣା ୩୦ ଲକ୍ଷ ଟଙ୍କା ଡିପୋଜିଟ୍‌ କରି ନିଲାମୀ ଜିଣିଥିଲେ। ହେଲେ ୪ କୋଟି ବକେୟା ଟଙ୍କା ପୈଠ ନକରି ପାରିବାରୁ ନିଲାମୀ ରବ୍ଦ ହୋଇଥିଲା। ପୂର୍ବରୁ ଦାଉଦର ଏକ କାର୍‌ ମଧ୍ୟ ନିଲାମ କରାଯାଇଥିଲା। ଏହାକୁ ସ୍ବାମୀ ଚକ୍ରପାଣି ୩୨ ହଜାର ଟଙ୍କାରେ କିଣିଥିଲେ।

ସ୍ମଗଲିଂ ଏବଂ ବୈଦେଶିକ ମୁଦ୍ରା ହେରଫେର୍‌ ଆଇନ୍‌ ଅନୁଯାୟୀ ଦାଉଦ ସମ୍ପତ୍ତି ନିଲାମ କରାଯାଇଛି। ୧୯୯୩ ମୁମ୍ବାଇ ବିସ୍ଫୋରଣ ପରେ ଦାଉଦ ଭାରତ ଛାଡ଼ି ପାକିସ୍ତାନରେ ଆତ୍ମଗୋପନ କରିଛି।

 

Comment