ଓଡ଼ିଶାଲାଇଭ୍‍ ବ୍ୟୁରୋ

ଗୋଆରେ ହେବାକୁ ଥିବା ୪୮ତମ ଇଣ୍ଟରନ୍ୟାସନାଲ୍ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଆଇଆଇଏଫ୍ଆଇ)ଠାରେ ଓଡ଼ିଆ ସିନେନିର୍ମାତାଙ୍କର ତିନୋଟି ସିନେମା ପ୍ରଦର୍ଶିତ ହେବା ଓଡ଼ିଶା ପାଇଁ ଗୌରବର ବିଷୟ। ଏହି ଫେଷ୍ଟିଭାଲ୍ ଆସନ୍ତା ନଭେମ୍ବର ମାସ ୨୦ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ଯାଏଁ ଚାଲୁରହିବ।

Odia Film Khyanika to Premiere in Canada at the Hidden Gems Film Festival - OdishaLIVEସ୍ୱସ୍ତିକ ଚୌଧୁରୀଙ୍କ ପ୍ରଯୋଜିତ ଓ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘କ୍ଷଣିକା – ଦ ଲଷ୍ଟ ଆଇଡ଼ିଆ’ ଆସନ୍ତା ୨୨ ତାରିଖ ଦିନ ଇଣ୍ଡିଆନ୍ ପାନୋରାମା ସେକ୍‌ସନରେ ପ୍ରଦର୍ଶିତ ହେବ। ଏହି ସିନେମାଟି ସିନେଇଣ୍ଡଷ୍ଟ୍ରିର ଅତ୍ୟାଧୁନିକ ଉପକରଣ ବିନା ସୁଟିଂ କରାଯାଇଛି। ଏହି ସିନେମାରେ ଅମ୍ରିତା ଚୌଧୁରୀ, ସୁଶାନ୍ତ ମିଶ୍ର, ସ୍ୱସ୍ତିକ ଚୌଧୁରୀ, ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତା ହୃଷିକେଶ ଭୋଇ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଓଡ଼ିଆ ସିନେଇଣ୍ଡଷ୍ଟ୍ରିର ଏଭରଗ୍ରିନ୍ ତାରକା ଅନୁ ଚୌଧୁରୀ ଅତିଥି କଳାକାର ରୂପେ ନଜର ଆସିଛନ୍ତି। ଏହି କଳ୍ପନା ସମ୍ବନ୍ଧିତ ପ୍ରତୀକଧର୍ମୀ ଚଳଚ୍ଚିତ୍ରରେ ଜଣେ କବି ଓ ଚିତ୍ରକର ଏକ ନିର୍ଦ୍ଦିଷ୍ଟ  ଭାବନା ଉପରେ ଅଧିକାର ସାବ୍ୟସ୍ତ କରୁଛନ୍ତି। ପରିଶେଷରେ ପ୍ରମାଣିତ ହେଉଛି ସୃଜନାତ୍ମକ ଭାବ ଏକ ସମୟରେ ଅନେକ ବ୍ୟକ୍ତି ବିଶେଷଙ୍କୁ ଆଚ୍ଛନ୍ନ କରିପାରେ। ପୂର୍ବରୁ ଏହି ସିନେମାଟି କାନାଡା, ୟୁକେ ଓ ଆମେରିକାଠାରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି।

ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେନିର୍ମାତା ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ସିନେମା ‘କଡୱି ହୱା’ ମଧ୍ୟ ଇଣ୍ଡିଆନ୍ ପାନୋରାମା ସେକ୍‍ସନରେ ପ୍ରଦର୍ଶିତ ହେବ। ଏହି ସିନେମାରେ ବଲିଉଡର ଖ୍ୟାତନାମା କଳାକାର ସଞ୍ଜୟ ମିଶ୍ର, ତିଳୋତ୍ତମା ସୋମେ ଓ ରନବୀର ସୋରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସମଗ୍ର ପୃଥିବୀ ଯେ ଜଳବାୟୁ ପରିବର୍ତ୍ତନର ହାନିକାରକ ପରିଣତିର ଶିକାର ହେଉଛି, ତାହା ଏହି ସିନେମା ମାଧ୍ୟମରେ ଚେତେଇ ଦିଆଯାଇଛି।

ବିଶେଷଭାବେ କୃଷକମାନେ ଏଥିଯୋଗୁଁ ହାନିକାରକ ପରିସ୍ଥିତିର ଶିକାର ହେଉଛନ୍ତି। କେଉଁ କେଉଁ ସ୍ଥାନରେ ବର୍ଷାର ଘୋର ଅଭାବ ଯୋଗୁଁ ଫସଲହାନି ତଥା ବ୍ୟାଙ୍କର ଲୋନ୍ ଶୁଝିନପାରି କୃଷକ ଆତ୍ମହତ୍ୟା କରିବା ଘଟଣା ସମଗ୍ର ଦେଶରେ ଚହଳ ପକାଇଥିବା ବେଳେ ‘କଡୱି ହାୱା’ ଏ ସମ୍ବନ୍ଧରେ ଲୋକଙ୍କୁ ଚେତାଇବାର ଏକ ଅଭିନବ ପ୍ରୟାସ। ଏହି ସିନେମାଟି ଆସନ୍ତା ନଭେମ୍ବର ମାସ ୨୪ ତାରିଖରେ ମୁକ୍ତିଲାଭ କରିବାର ଯୋଜନା ଅଛି।

ସେହିପରି ଓଡ଼ିଆ ସିନେନିର୍ମାତା ଲିପିକା ସିଂହ ଦରାଇଙ୍କ ଶିକ୍ଷଣୀୟ ସିନେମା ‘ଦ ୱାଟରଫଲ୍’ ମଧ୍ୟ ଗୋଆଠାରେ ପ୍ରଦର୍ଶିତ ହେବ। ପ୍ରାୟ ୨୦ ମିନିଟ ଅବଧିର ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଓଡ଼ିଶାର ଖଣ୍ଡାଧାର ଜଳପ୍ରପାତ ନିକଟରେ ସୁଟିଂ ହୋଇଛି। ଏହି ସିନେମାଟି ୬୪ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଶିକ୍ଷଣୀୟ ସିନେମା ଭାବେ ପୁରସ୍କୃତ ହୋଇଥିଲା।

Comment