ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଧୁରୁଛି ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା। ମାଆ କୋଳରେ ଜଗା ବସି ଗୀତ ଶୁଣିବା ପରେ ଆଜି ବିସ୍କୁଟ ଖାଇ ବଲ୍‌ ଖେଳିବା ଭଳି ଭଲ ଖବର ଆସିଛି। ଜଗା ଆଜି ନିଜ ବେଡ୍‌ ଉପରେ ବସି ଏମ୍ସ କର୍ମଚାରୀଙ୍କ ସହ ବଲ୍‌ ଖେଳିବା ଦୃଶ୍ୟ ନିଆରା ଥିଲା। ଜଗା ଶୀଘ୍ର ସୁସ୍ଥ ହେଉଥିବା ବେଳେ କାଳିଆର ସ୍ବାସ୍ଥ୍ୟ ସୁଧୁରିବାରେ ବିଳମ୍ବ ହେଉଛି।

ଅକ୍ଟୋବର ୨୫ରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଦ୍ବିତୀୟ ପର୍ଯ୍ୟାୟ ଅପରେସନ୍ ହୋଇଥିଲା। ଏହି ଅପରେସନ୍ ଜଟିଳ ଥିଲା। ୧୧ ଘଣ୍ଟାର ଅପରେସନ୍‌ ପରେ ଉଭୟଙ୍କୁ ଅଲଗା କରାଯାଇଥିଲା। ଅପରେସନରେ ୨୦ ସର୍ଜନ ଏବଂ ୧୦ ଆନାସ୍ଥେସିଆ ବିଭାଗ ଡାକ୍ତର ସାମିଲ୍‌ ଥିଲେ। ଏହାପୂର୍ବରୁ ଅଗଷ୍ଟ ୨୮ରେ ଉଭୟଙ୍କର ପ୍ରଥମ ପର୍ଯ୍ୟାୟ ଅପରେସନ୍‌ ହୋଇଥିଲା। ଏଥିରେ ୪୦ ଜଣ ବିଶେଷଜ୍ଞ ଲାଗିଥିଲେ।

ଜଗା-କାଳିଆଙ୍କ ଦ୍ବିତୀୟ ପର୍ଯ୍ୟାୟ ଅପରେସନ୍ ପରେ ଉଭୟଙ୍କୁ ୭୨ ଘଣ୍ଟା ଅବଜର୍ଭେଶନରେ ରଖାଯାଇଥିଲା। ପରେ ଧୀରେଧୀରେ ଉଭୟଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଥିଲା।

 

Comment