ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଟିକା ଦିଆଯିବ। ସମସ୍ତ ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ସବୁ ରାଜ୍ୟମାନଙ୍କୁ ଅତିରକ୍ତ ୨ କୋଟି ଟିକା ଦିଆଯାଇଛି। ତେଣୁ ଶିକ୍ଷକଙ୍କୁ ଟିକା ଦେବାକୁ ରାଜ୍ୟମାନେ ବ୍ୟବସ୍ଥା କରନ୍ତୁ ବୋଲି ଟୁଇଟ ଯୋଗେ ସେ କହିଛନ୍ତି।

କରୋନା କାଳରେ ସ୍କୁଲ, କଲେଜ୍‌ ବେଶ୍‌ କିଛି ଦିନ ବନ୍ଦ ଥିଲେ ମଧ୍ୟ ଶିକ୍ଷକମାନେ କରୋନା ଯୋଦ୍ଧା ଭଳି କାମ କରୁଥିଲେ। ପିଲାଙ୍କୁ ଅନଲାଇନ୍‌ ପାଠ ପଢ଼ାଇବା ସହିତ ସମସ୍ତ ଡ୍ୟୁଟି କରୁଥିଲେ। ଏବେ ବିଭିନ୍ନ ରାଜ୍ୟରେ ସ୍କୁଲ ମଧ୍ୟ ଖୋଲିବା ଆରମ୍ଭ କରିଛି। ତେଣୁ ସୁରକ୍ଷା ଦୃଷ୍ଟିରେ ଶିକ୍ଷକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଶିକ୍ଷକମାନଙ୍କୁ ଟିକାକରଣ କରିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ଅନ୍ୟପଟେ ଦେଶରେ ଏବେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୯୩ ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା ​​ଏବଂ ୬୪୮ କରୋନା ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି।  ଦେଶରେ କରୋନା ସକ୍ରିୟ ମାମଲା ୩ ଲକ୍ଷ୨୨ ରହିଛି। ସେହିପରି ଏବେ ସୁଦ୍ଧା ଦେଶରେ ୫୯ କୋଟି ୫୫ ଲକ୍ଷ ୪ ହଜାର ଲୋକଙ୍କୁ ଟିକା ଦିଆଯାଇଛି।

Comment