ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନ, ଜାପାନ ଏବଂ ଆମେରିକା ସମେତ ୫ଟି ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗୁଆ ପକ୍ଷେପ ଗ୍ରହଣ କରାଯାଉଛି। ସଂସଦରେ କୋଭିଡକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ବିବୃତ୍ତି ରଖିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଆଗକୁ ପାର୍ବଣ ସହ ନୂଆ ବର୍ଷ ଥିବାରୁ ଏହି ସମୟରେ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ସେ କହିଛନ୍ତି ଯେ, ଭାରତରେ କୋଭିଡ ସ୍ଥିତି ଭଲ ରହିଛି। ବର୍ତ୍ତମାନ କେତୋଟି ଦେଶରେ କୋଭିଡ ସ୍ଥିତି ଚିନ୍ତାଜନକ ରହିଥିବାବେଳେ ଏହାର ମୁକାବିଲା ପାଇଁ କେନ୍ଦ୍ର ପ୍ରସ୍ତୁତ ରହିଛି। କୋଭିଡ ମୁକାବିଲା ପାଇଁ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ କୁହାଯାଇଛି। ଜିନମ ସିକ୍ୟୁଏନ୍ସିଂ ଟେଷ୍ଟ ଉପରେ ଗୁରୁତ୍ଵ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି। ପୁଣି ଥରେ କୋଭିଡ ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ଆରଟିପିସିଆର୍ କରାଯାଉଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।

Tags: #Covid19 #CoronaVirus #India #Odisha #Mask #UnionHealthMinister #MansukhMandaviya

LEAVE A REPLY

Please enter your comment!
Please enter your name here