ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବୁଷ୍ଟର ଡୋଜ ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ କୋଭିଡ ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନାହିଁ। ଯେଉଁମାନେ ବୁଷ୍ଟର ଡୋଜ ନେଇନାହାନ୍ତି ତୁରନ୍ତ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୭ ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇନାହାନ୍ତି। ଏ ପର୍ଯ୍ୟନ୍ତ ମାତ୍ର ୪୨ ଲକ୍ଷ ୭୦ ହଜାର ୪୮୭ ଲୋକ ବୁଷ୍ଟର ଡୋଜ ନେଇଛନ୍ତି। ବୁଷ୍ଟର ଡୋଜ ନେବା ଲାଗି ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖା ନଦେବାରୁ କେନ୍ଦ୍ର ସରକାର ମାଗଣା ବୁଷ୍ଟର ଡୋଜ ଦେବାକୁ ଘୋଷଣା କରିଥିଲେ। ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୭୫ ଦିନ ସମସ୍ତ ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣା ବୁଷ୍ଟର ଦେବା ଲାଗି ବ୍ୟବସ୍ଥା କରାଯାଇଛି। ମାଗଣା ବୁଷ୍ଟର ଡୋଜ ଦିଆଯାଉଥିଲେ ସୁଦ୍ଧା ଏହାକୁ ନେବାଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଉନାହିଁ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନଥିବାବେଳେ ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ ଏବଂ ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ ଟିକାକରଣ ୯୦ ପ୍ରତିଶତରୁ କମ୍ ହୋଇଛି। ମାଗଣା ଟିକାକରଣର ସମୟ ଅବଧି ସରି ଆସୁଥିବାରୁ ତୁରନ୍ତ ଟିକାକରଣ କେନ୍ଦ୍ରକୁ ଯାଇ ବୁଷ୍ଟର ଡୋଜ ନେବାକୁ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି।

Tags: #Covid19 #CovidVirus #Vaccination #BooterDose #Odisha

LEAVE A REPLY

Please enter your comment!
Please enter your name here