ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା ପଜିଟିଭ ହୋଇଛି। ଗୁରୁବାର ତାଙ୍କର କୋଭିଡ ପିଜିଟିଭ ରିପୋର୍ଟ ଆସିଥିଲା। ଶୁକବ୍ରାର ମନ୍ତ୍ରୀ ନବକିଶୋର ଦାସ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇନ୍ତି। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ରହିଛି। ବର୍ତ୍ତମାନ ସେ ଘରେ ଆଇସୋଲେସନରେ ରହିଛନ୍ତି। ଗତ ତିନିଦିନ ମଧ୍ୟରେ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ ଟେଷ୍ଟ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୨୭ ଶହ ୩ରେ ପହଞ୍ଚିଛି। ଏଥିରେ ୧୮ ବର୍ଷରୁ କମ୍ ୪୦୯ ଜଣ ରହିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦ୍ଵିତୀୟରେ ରହିଛି ସୁନ୍ଦରଗଡ଼। ଏଠାରେ ୪୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment