ଓଡ଼ିଶାଲାଇଭ୍‍ ବ୍ୟୁରୋ

ଝାନ୍‌ସୀ ରାଣି ଲକ୍ଷ୍ମୀବାଇଙ୍କ ଭୁମିକାରେ ଅଭିନୟ କରୁଥିବା ବଲିଉଡ ଅଭିନେତ୍ରୀ କଂଗନା ରାଣାୱତ ପୁଅକୁ ଧରି ୪୦ ଫୁଟ ଉଚ୍ଚ  କାନ୍ଥରୁ ଡେଇଁଛନ୍ତି, ଯାହାଫଳରେ କଂଗନାଙ୍କ ପାଦରେ ଆଘାତ ଲାଗିଛି।

କଂଗନାଙ୍କ ଆଗାମି ଫଲ୍ମ ମଣିକର୍ଣିକା ଦି କୁଇନ୍‍ ଅଫ୍‍ ଝାନ୍‌ସୀ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ରାଜସ୍ଥାନର ଯୋଧପୁରରେମଣିକର୍ଣ୍ଣିକାଫିଲ୍ମର ସୁଟିଂ ଚାଲିଥିବାବେଳେ କଂଗନାଙ୍କ ପାଦରେ ଆଘାତ ଲାଗିଛି। ଚଳଚ୍ଚିତ୍ରର ଚରିତ୍ର ଅନୁଯାୟୀ ତାଙ୍କ ପୁଅକୁ ପିଠିରେ ବାନ୍ଧି ମେହରଣ ଗଡ଼ ଦୁର୍ଗରୁ ଡେଇଁଥିଲେ କଙ୍ଗନା। ଏହି ସମୟରେ ପୁଅକୁ ରକ୍ଷା କରିବାକୁ ଯାଇ କଂଗନା ତାଙ୍କର ଭାରସାମ୍ୟ ହରାଇ ବସିଥିଲେ, ଯାହାଫଳରେ ତାଙ୍କ ପାଦରେ ଏଭଳି ଏକ ଆଘାତ ଦେଖାଦେଇଛି।

ତାଙ୍କୁ ତୁରନ୍ତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ଡାକ୍ତର ତାଙ୍କ ପାଦରେ ସାମାନ୍ୟ ଆଘାତ ଲାଗିଛି ବୋଲି ସୂଚନା ଦେଇଛନ୍ତି।

କଂଗନାଙ୍କୁ ୧୫ ଦିନ ବିଶ୍ରାମ ନେବା ପାଇଁ କୁହାଯାଇଛି। ପୂର୍ବରୁ ଏହି ଚଳଚ୍ଚିତ୍ରରେ ଆକ୍ସନ ସିନର ସୁଟିଂ କରୁଥିବା ବେଳେ ଜୁଲାଇ ମାସରେ କଂଗନାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ଆସନ୍ତା ଏପ୍ରିଲରେ ଚଳଚ୍ଚିତ୍ର ରିଲିଜ୍ ହେବ ବୋଲି ଅନୁମାନ କରାଯାଉଛି। ଚଳଚ୍ଚିତ୍ରର କିଛି ବିପଦପୂର୍ଣ୍ଣ ଷ୍ଟଣ୍ଟ ସିନ୍‌ର ସୁଟିଂ ବାକି ଅଛି। ମଣିକର୍ଣ୍ଣିକା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି କମଳ ଜୈନ୍। ଏହି ଚଳଚ୍ଚିତ୍ର ନିର୍ମାଣରେ ପାଖାପାଖି ୭୫ କୋଟି ଟଙ୍କା ବ୍ୟୟ କରାଯାଇଛି।

Comment