ଓଡ଼ିଶାଲାଇଭ୍‍ ବ୍ୟୁରୋ

୧. ଉତ୍ତରପ୍ରଦେଶ ପୌର ନିର୍ବାଚନରେ ବିଜେପିର ଭାରି ବିଜୟ, ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଶ୍ରେୟ ଦେଲେ ମୋଦିଙ୍କ ବିକାଶ ଓ ଦୂରଦୃଷ୍ଟିକୁ।
୨. ଘୁର୍ଣିବାତ୍ୟା ‘ଓଖି’ର ପ୍ରଭାବରେ  କେରଳ ବେହାଲ, ୭ ମୃତ
୩. ଦିଲ୍ଲୀ ମାକ୍ସ ହସ୍ପିଟାଲରେ ଜୀବିତ ନବଜାତ ଶିଶୁକୁ ମୃତ ଘୋଷଣା, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ତଦନ୍ତ ନିର୍ଦ୍ଦେଶ
୪. ଚିଠା ପ୍ରସ୍ତାବ: ତିନି ଥର ତଲାକ୍ କହିବା ବେଆଇନ, ପତିକୁ ମିଳିବ ୩ ବର୍ଷ ଜେଲ।
୫. ସୁନନ୍ଦା ପୁସ୍କର ମାମଲାରେ ରିପବ୍ଲିକ୍ ଟିଭିକୁ ଖବର ପ୍ରସାରଣ ନ କରିବା ପାଇଁ ନିର୍ଦ୍ଦେଶ ଦେବା ସମ୍ପର୍କିତ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ।
୬. ଲୋକଙ୍କ ବ୍ୟକ୍ତିଗତ ଅଧିକାରରେ ବିଜେପି ଦଖଲ ଦେଉଛି ବୋଲି ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
୭. ବକେୟା ପୈଠ ନ ହେବା କାରଣରୁ ଜାପାନର ‘ନିଶାନ’ ମୋଟର କମ୍ପାନି ଭାରତ ସରକାରଙ୍କ ବିରୁଦ୍ଧରେ ୫ ହଜାର କୋଟି ଟଙ୍କାର ମକଦ୍ଦମା ରୁଜୁ କଲା।
୮. ଜିଏସଟି ଆସିବା ପରେ ବର୍ତ୍ତମାନ ସମଗ୍ର ଦେଶର ବଜାର ବ୍ୟବସାୟୀଙ୍କର ବୋଲି  କହିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି।
୯. ଜିଓ ମାଲିକ ମୁକେଶ ଅମ୍ବାନୀ କହିଲେ ଟେଲିକମ୍ ବ୍ୟବସାୟରେ ରାଜସ୍ୱ ନିର୍ଦ୍ଧାରିତ ସମୟ ଆଗରୁ ମିଳିବା ଆରମ୍ଭ ହୋଇଛି।
୧୦. ବାରାକ ଓବାମା: ମୋଦିଙ୍କୁ କହିଛି ଧର୍ମ ନାମରେ ଦେଶ ବିଭାଜିତ ନ ହେଉ।

Comment