ଓଡ଼ିଶାଲାଇଭ୍ ବ୍ୟୁରୋ

୧. ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଥଟ୍ଟା କରି କହିଲେ,’ବୁଲେଟ୍ ଟ୍ରେନକୁ ବିରୋଧ କରୁଥିବା ଲୋକେ ବଳଦ ଗାଡିରେ ଯାତ୍ରା କରନ୍ତୁ’।
୨. ଆମେରିକାରେ ଶ୍ରେଣୀ ଭିତରେ ଜନୈକ ଛାତ୍ର ‘ଆଲ୍ଲା ହୁ’ କହିବାରୁ ପୋଲିସକୁ ଖବର ଦେଲେ ସ୍କୁଲ କର୍ତ୍ତୃପକ୍ଷ।
୩. ଆପ୍ ପାର୍ଟ-୨: ଆପୋଷ କନ୍ଦଳ ଭିତରେ କୁମାର ବିଶ୍ୱାସ ଛାଡ଼ିଲେ ଆମ ଆଦମୀ ପାର୍ଟି।
୪. ଭୋପାଳ ଗ୍ୟାସ ଦୁର୍ଘଟଣାକୁ ୩୩ ବର୍ଷ ପୁରିଲା, ଉଚିତ ଚିକିତ୍ସା ଓ କ୍ଷତିପୂରଣ ଲଢ଼େଇ ଏବେ ବି ଲଢ଼ୁଛନ୍ତି କ୍ଷତିଗ୍ରସ୍ତ।
୫. ଆମ ଆଦମୀ ପାର୍ଟି କହିଲା ଭୋଟିଂ ମେସିନର ୧ ପ୍ରତିଶତ ଭୋଟ ବିଜେପିକୁ ପଠାଯାଉଛି।
୬. ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ଯେ ପ୍ୟାନ୍ କାର୍ଡ-ଆଧାର ଲିଙ୍କର ସମୟ ଆଉ ୬ ମାସ ବଢ଼ିପାରେ।
୭. ଦେଶର ସବୁଠାରୁ ଧନୀ ମଣିଷ ମୁକେଶ ଅମ୍ବାନୀ ନିଜ ପକେଟରେ ଟଂକାଟିଏ ବି ଧରି ନଥାନ୍ତି।
୮. ବିବାହ ପୂର୍ବରୁ ହିଁ ମା ବନିଥିବା କୋଂକଣା ସେନ୍ ଆଜି ତାଙ୍କ ୩୮ ତମ ଜନ୍ମ ଦିନ ପାଳିଲେ।
୯.ଦିଲ୍ଲୀ ଟେଷ୍ଟରେ ପ୍ରଦୂଷଣ ହେଲା ଖଳନାୟକ। ଶ୍ରୀଲଙ୍କା କ୍ରିକେଟ ବୋର୍ଡ଼ ବିସିସିଆଇକୁ ଜବାବ ମାଗିଲା।
୧୦. ହାଫିଜ୍ ସୟେଦର ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାୱା ପାକିସ୍ତାନରେ ୨୦୧୮ ସାଧାରଣ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି।


















