ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲିଗ୍‌ ମ୍ୟାଚରେ ଖରାପ ପ୍ରଦର୍ଶନ କରି ଭାରତୀୟ ହକି ଟିମ୍‌ ସଂଘର୍ଷ କରୁଛି। ବୁଧବାର ହେବାକୁ ଥିବା ମ୍ୟାଚରେ ଭାରତ ଶକ୍ତିଶାଳୀ ବେଲଜିୟମ୍ ଟିମ୍‌କୁ ମୁକାବିଲା କରିବ। ଏହି ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିବ।

ଭୁବନେଶ୍ୱରରେ ଚାଲିଥିବା ହକି ୱାର୍ଲ୍ଡ ଲିଗ୍‌ର କ୍ୱାର୍ଟର ଫାଇନାଲ ଲାଇନ୍‌ ଅପ୍‌ ହୋଇଛି। ବୁଧବାର କ୍ୱାର୍ଟର ଫାଇନାଲରେ ଆୟୋଜକ ଭାରତ ସହ ଶକ୍ତିଶାଳୀ ବେଲଜିୟମ୍ ଟିମ୍‌ ସହ ମୁକାବିଲା ହେବ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ ଖେଳାଯିବ। ଲିଗ୍‌ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମ୍‌ ପାଇଁ ବୁଧବାର ମ୍ୟାଚ ବହୁ ଗୁରୁତ୍ବ ବହନ କରୁଛି।

ଭାରତ ଏପର୍ଯ୍ୟନ୍ତ କୌଣସି ଗୋଟିଏ ବି ଲିଗ୍‌ ମ୍ୟାଜରେ ଜିତିପାରିନି। ହେଲେ ବେଲଜିୟମ୍ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି। ମଙ୍ଗଳବାର ଖେଳାଯାଇଥିବା ପୁଲ-ଏ ମ୍ୟାଚରେ ବେଲଜିୟମ୍ ନେଦରଲ୍ୟାଣ୍ଡକୁ ୩-୦ ଗୋଲରେ ହରାଇଛି। ସେହିପରି ଅନ୍ୟ ଏକ ଲିଗ୍‌ ମ୍ୟାଚରେ ଆର୍ଜଣ୍ଟେିନାକୁ ସ୍ପେନ୍ ୨-୧ ଗୋଲରେ ପରାସ୍ତ କରିଛି।

ଲିଗ୍ ପର୍ଯ୍ୟାୟରେ ସମସ୍ତ ଟିମ୍‌କୁ ୩ଟି ଲେଖାଏଁ ମ୍ୟାଚ ଖେଳିବାକୁ ସୁଯୋଗ ମିଳିଥିଲା। ହେଲେ ସବୁଠୁ ଖରାପ ପ୍ରଦର୍ଶନ କରିଛି ଭାରତ। ଫଳରେ ଭାରତ ଗ୍ରୁପ୍-ବିର ଚତୁର୍ଥ ସ୍ଥାନରେ ରହିଛି। ଭାରତ ୩ଟି ମ୍ୟାଚ ଖେଳି ୨ଟିରେ ପରାସ୍ତ ହୋଇଥିବା ବେଳେ ଗୋଟିଏ ଡ୍ର ରହିଛି। ଗ୍ରୁପ୍‌-ଏରେ ବେଲଜିୟମ୍‌ ଲିଗ୍‌ ପର୍ଯ୍ୟାୟରେ ୩ଟି ମ୍ୟାଚରେ ବିଜୟୀ ହୋଇ ଗ୍ରୁପର ଶୀର୍ଷରେ ରହିଛି।

Comment