ଓଡ଼ିଶାଲାଇଭ୍‌ ବ୍ୟୁରୋ

୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରୀ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ବିଶ୍ୱ ହକି ଲିଗ୍‌ ଫାଇନାଲରେ ଯୋଗଦେବେ। ଏହାସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଶ୍ରୀ ରାଠୋର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଠୋରଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭୁ୍ବନେଶ୍ୱରରେ ପହଞ୍ଚିଛନ୍ତି।

ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି, “ଓଡ଼ିଶା ହେଉଛି ହକିର ଗଡ଼। ଭାରତୀୟ ହକି ଟିମ୍‌ରେ ଯେତେ ଭଲ ଖେଳାଳି ଅଛନ୍ତି ସେମାନେ ସମସ୍ତେ ଓଡ଼ିଶାରୁ ଆସିଛନ୍ତି। ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ତାଙ୍କର ଖାସ୍‌ ନଜର ରହିଛି। ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି।”

ରବିବାର ବିଶ୍ବ ହକି ଲିଗ୍‌ର ଫାଇନାଲ ମ୍ୟାଚ ଖେଳାଯିବ। ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନାକୁ ଭେଟିବ ଅଷ୍ଟ୍ରେଲିଆ। ସାଢ଼େ ୭ଟାରେ ଏହି ମ୍ୟାଚ ଖେଳାଯିବ। ମୁଖ୍ୟ ଅତିଥି ଭାବେ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଯୋଗଦେବେ।

Comment