ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟ ବିଧାନସଭା ପାଇଁ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ। ୮୯ଟି ବିଧାନସଭା ଆସନରେ ହୋଇଥିଲା ମତଦାନ। ୯୭୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା ଭୋଟ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଭିତରେ କଣ କେଉଁଠି ଘଟିଥିଲା ସେନେଇ ଏକ ବିସ୍ତୃତ ରିପୋର୍ଟ।

ଶେଷ ହୋଇଛି ଗୁଜୁରାଟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଭୋଟ। ମୋଟ ୧୮୨ଟି ଆସନରୁ ୮୯ଟି ଆସନରେ ଶନିବାର ଭୋଟ ହୋଇଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ୬୮ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ନିଜ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧି ଟ୍ବିଟର ମାଧ୍ୟମରେ ଭୋଟରଙ୍କୁ ନିବେଦନ କରିଥିଲେ। ଜାଣନ୍ତୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କଣ କଣ ଘଟିଥିଲା।

ମତଦାନ ବେଳେ କଣ କେତେବେଳେ ଘଟିଥିଲା:-

ସକାଳ ୮ଟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ ଟ୍ବିଟ। ଅଧିକରୁ ଅଧିକ ସଂଖ୍ୟକ ଭୋଟର ଆସି ମତଦାନ କରିବାକୁ ନିବେଦନ କରିଥିଲେ।

୮ଟା୫: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରାଜକୋଟ େଓ୍ବଷ୍ଟରେ ଭୋଟ ଦେଇଥିଲେ।

୮ଟା୧୦: ଗୁଜୁରାଟ ବିଜେପି ଅଧ୍ୟକ୍ଷ ଜିତୁଭାଇ ବାଧାନୀ ଭାବନଗରରେ ଭୋଟ ଦେଇଥିଲେ।

୮ଟା୨୪: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି କରିଥିଲେ ଟ୍ବିଟ। ପ୍ରଥମ ଥର ପାଇଁ ମତଦାନ କରୁଥିବା ଯୁବ ଭୋଟରଙ୍କୁ ସେ ସ୍ବାଗତ କରିଥିଲେ।

୧୦ଟା୧: ଭରୁଚର ଏକ ପୋଲିଂ ବୁଥ୍‌ରେ ନବ ବିବାହିତ ଦେଲେ ଭୋଟ।

୧୦ଟା୨୦: ‘କଂଗ୍ରେସର ବିଜୟ ସୁନିଶ୍ଚିତ’, ଏହା କହିଥିଲେ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ।

୧୧ଟା୩୯: ଭୋଟ ଦେବାକୁ ଜୁନାଗଡ ଯାଇଥିବା ବିଜେପିର ରେସ୍ମା ପଟେଲଙ୍କୁ ପଟିଦାର୍‌ ସମ୍ପ୍ରଦାୟ ଲୋକେ ବିରୋଧ କରିଥିଲେ।

୧ଟା୪୯: ମଧ୍ୟାହ୍ନ ୧୨ଟା ସୁଦ୍ଧା ୨୧.୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଥିଲା।

୨ଟା୪୧: ପୋରବନ୍ଦରର ଏକ ବୁଥ୍‌ରେ ଇଭିଏମ୍‌ ମେସିନ୍‌ରେ ବ୍ଲୁ-ଟୁଥ୍‌ ସଂଯୋଗ ହୋଇଥିବା ଅଭିଯୋଗ ହୋଇଥିଲା। ନିର୍ବାଚନ କମିଶନର ଏହି ବୁଥକୁ ଯାଇ ଯାଞ୍ଚ କରିଥିଲେ।

୩ଟା୨୦: ଅପରାହ୍ନ ୨ଟା ସୁଦ୍ଧା ୩୫.୫୨ ପ୍ରତିଶତରୁ ଅଧିକ ଭୋଟିଂ ହୋଇଥିବା ନ୍ୟୁଜ୍‌ ଏଜେନ୍ସୀ ଏନଆଇଏ ସୂତ୍ରରୁ ଜଣାପଡ଼ିଥିଲା।

୪ଟା୨୦: ରାଜକୋଟର ଏକ ବୁଥରେ କର୍ଣ୍ଣାଟକ ରାଜ୍ୟପାଳ ଭୋଟ ଦେଇଥିଲେ।

Comment