ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇ ଭାରତୀ ଏୟାରଟେଲ୍ ଆଉ ପାଦେ ଆଗେଇଛି। ନୂଆବର୍ଷରେ ଗ୍ରାହକମାନଙ୍କୁ ଦେଇଛି ନୂତନ ଭେଟି। ଶୁଭାରମ୍ଭ କରିଛି ଟିଭି ଆପ୍।

ଏହି ଏୟାରଟେଲ୍ ଆପରେ ରହିଛି ୩୦୦ରୁ ଅଧିକ ଲାଇଭ୍‍ ଟିଭି ଚ୍ୟାନେଲ। ଏହା ମଧ୍ୟରେ ଅଛି ୨୯ ଏଚଡି ଓ ୬୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ର ଓ ରିୟଲିଟି ସୋ। ଏୟାରଟେଲ ପ୍ରିପେଡ ଓ ପୋଷ୍ଟପେଡ ଗ୍ରାହକମାନେ ଆସନ୍ତା ଜୁନମାସ ପର୍ଯ୍ୟନ୍ତ ଏୟାରଟେଲ୍ ଟିଭି ମାଗଣାରେ ଦେଖିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଦ୍ରୁତଗତିରେ ବୃଦ୍ଧି ପାଉଥିବା ସ୍ମାର୍ଟଫୋନ୍ ବଜାରରେ ଗ୍ରାହକମାନଙ୍କ ପାଇଁ ବେଷ୍ଟ-ଇନ୍-କ୍ଳାସ ମନୋରଞ୍ଜନ ପ୍ରଦାନ ପାଇଁ ଓଟିଟି ଆପ୍ ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ବାତ୍ରା କହିଛନ୍ତି।

Comment