ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆବର୍ଷରେ ବଢ଼ିଲା ଡିଜେଲ ଦର। ଏହି ଦର ବୃଦ୍ଧି ଲୋକଙ୍କୁ କରିଛି ଅତିଷ୍ଠ। ଡିଜେଲ୍  ଲିଟର ପିଛା ଦର ଏବେ ବଢି ୬୪ ଟଙ୍କା ୮ ପଇସାରେ ପହଞ୍ଚିଛି। ୨୦୧୭ ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ଡିଜେଲ ଦର ଥିଲା ଲିଟର ପ୍ରତି ୬୨ରୁ ୬୩ ଟଙ୍କା।

ଗତବର୍ଷ ଡିସେମ୍ବର ୨୦ତାରିଖରେ ଦର ବଢି ୬୩ଟଙ୍କାରେ ପହଞ୍ଚିଥିଲା। ପରବର୍ତ୍ତୀ ୧୦ଦିନରେ ଦର ନିୟମିତ ବୃଦ୍ଧି ପାଇ ୬୪ ଟଙ୍କା ୮ପଇସାରେ ପହଞ୍ଚିଛି। ଡିଜେଲ ଦର ବୃଦ୍ଧି ନିତ୍ୟବ୍ୟବହାର୍ଯ୍ୟ ସମାଗ୍ରୀର ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି। କେବଳ ଡିଜେଲ ନୁହେଁ ପେଟ୍ରୋଲର ମଧ୍ୟ ଦର ବଢି ଲିଟର ପିଛା ୬୮ଟଙ୍କା ୮୫ପଇସାରେ ପହଞ୍ଚିଛି।

Comment