ଓଡ଼ିଶାଲାଇଭ୍‍ ବ୍ୟୁରୋ

ଆତଙ୍କବାଦ ଦମନରେ ପାକିସ୍ତାନର ଅସଲ ଚେହେରାକୁ ବିଶ୍ୱ ସମୁଦାୟ ଆଗରେ ଖୋଲିଦେଇଛି ଆମେରିକା। ରାଷ୍ଟ୍ରପତି ରୋନାଲ୍ଡ ଟ୍ରମ୍ପ ପାକିସ୍ତାନର ଆତଙ୍କବାଦ ଦମନ କାର୍ଯ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଖାଲି ସମାଲୋଚନା ନୁହେଁ, ସାମରିକ ସହାୟତା ମଧ୍ୟ ବନ୍ଦ କରିଦେଇଛନ୍ତି। ମାତ୍ର ପାକ୍‍ ପ୍ରସଙ୍ଗରେ ଆମେରିକାର ଓଲଟା ବାଟରେ ଚାଲିଛି ଚୀନ୍‍|

ପାକିସ୍ତାନର ଚିରକାଳ ବନ୍ଧୁ ଚୀନ୍ ଟ୍ରମ୍ପଙ୍କ ସମାଲୋଚନାକୁ ଗ୍ରହଣ କରିନାହିଁ। ଆତଙ୍କବାଦ ଦମନରେ ପାକିସ୍ତାନର ଭୂମିକା ପ୍ରଶଂସନୀୟ ବୋଲି ଚୀନ୍ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଚୀନ ବୈଦେଶିକ ମନ୍ତ୍ରାଳୟର ଜେଙ୍ଗ ସୁଆଙ୍ଗ କହିଛନ୍ତି ଆତଙ୍କବାଦ ଦୂର କରିବା ପାଇଁ ପାକିସ୍ତାନର ତ୍ୟାଗ ଓ ବଳିଦାନକୁ ବିଶ୍ୱ ସମୁଦାୟ ସ୍ୱୀକାର କରିବା ଉଚିତ୍। ଆତଙ୍କବାଦ କାର୍ଯ୍ୟକଳାପ କ୍ଷେତ୍ରରେ ପାକିସ୍ତାନ ଆନ୍ତର୍ଜାତିକ ସ୍ତରରେ ଯେଉଁ ସହଯୋଗ ଓ ସମର୍ଥନ ଦେଇ ଆସୁଛି ଚୀନ୍ ଅତ୍ୟନ୍ତ ଖୁସି ବୋଲି ସୁଆଙ୍ଗ କହିଛନ୍ତି। ଆଞ୍ଚଳିକ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ପାକିସ୍ତାନ ଉଦ୍ୟମ, ସହଯୋଗକୁ ସେ ପ୍ରଶଂସା କରିଛନ୍ତି। ପାକିସ୍ତାନକୁ ସବୁପ୍ରକାର ସହାୟତା ଦେବାକୁ ଚୀନ୍ ସର୍ବଦା ପ୍ରସ୍ତୁତ ବୋଲି ସୁଆଙ୍ଗ କହିଛନ୍ତି।

Comment