ଓଡ଼ିଶାଲାଇଭ୍ ବ୍ୟୁରୋ
“ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ଓଡିଶାର କୌଣସି ଆଦିବାସୀ ପରିବାର ପ୍ରତି କ୍ଷତି ପହଁଚିବାର ସମ୍ଭାବନା ନାହିଁ। ଯଦି ରାଜ୍ୟ ସରକାର ସୀମାରେ ପାଣି ପ୍ରବାହ ତଦାରଖ ପାଇଁ ଏକ ତଟବନ୍ଧ ନିର୍ମାଣ କରନ୍ତି ତେବେ ଆଦିବାସୀଙ୍କ କୌଣସି କ୍ଷତି ହେବ ନାହିଁ”, କହିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍ ଓରାମ।
ରାଜ୍ୟସଭାରେ ପୋଲାଭରମ୍ ପରିଯୋଜନା ପ୍ରାଧିକଣ ରିପୋର୍ଟ ମୁତାବକ ସିପିଆଇ ସଦସ୍ୟ ଡି ରାଜା ପ୍ରଶ୍ନ ପଚାରିଥିଲେ। କହିଥିଲେ, ଏହି ପ୍ରକଳ୍ପ ଦ୍ୱାରା ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ଓ ଛତିଶଗଡର କିଛି ଆଦିବାସୀ ଗାଁ ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଏଥିପାଇଁ ସରକାର କି ପଦକ୍ଷେପ ନେବେ?
ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ଓରାମ କହିଥିଲେ, ଉତ୍ତର ଆନ୍ଧ୍ରପ୍ରଦେଶର ୧୭,୪୪୪, ଆଦିବାସୀ ପରିବାର ବିସ୍ଥାପିତ ହେବେ। କିନ୍ତୁ ଓଡ଼ିଶା ଓ ଛତିଶଗଡର କୌଣସି ପରିବାର ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବେ ନାହିଁ ବୋଲି ସ୍ପଷ୍ଟ କରି କହିଛନ୍ତି ମନ୍ତ୍ରୀ।