ଓଡ଼ିଶାଲାଇଭ୍ ବ୍ୟୁରୋ

ଅଘଟଣ ପୁରୀ ଶ୍ରୀମନ୍ଦିରର ପିଛା ଛାଡୁନି। ଶ୍ରୀଜଗନ୍ନାଥ, ବଡ଼ଠାକୁର ଶୀବଳଭଦ୍ର ଓ ମାତା ସୁଭଦ୍ରାଙ୍କୁ ଳାଗି ହୋଇନଥିବା ଭୋଗ ଆନନ୍ଦବଜାରରେ ବିକ୍ରି କରି ଧରାପଡିଛନ୍ତି ଜଣେ ସେବାୟତ। ଏହି ଘଟଣାକୁ କେନ୍ଦ୍ର କରି ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଆଲୋଡନ। ଶ୍ରୀଜିଉଙ୍କୁ ମାଣୋହୀ ନକରି କୋଠଭୋଗ ସୁଆର ଗଦାଧର ଦୀକ୍ଷିତ ଅନ୍ନଭୋଗ ଆନନ୍ଦବଜାରରେ ବିକ୍ରି କରୁଥିବା ବେଳେ ଧରାପଡିଯରାଇଥିଲେ। ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳିଥିବା କୋଠଭୋଗ ସୁଆର ଶ୍ରୀ ଦୀକ୍ଷିତଙ୍କ ବିରୋଧରେ ସେବାୟତ ନିଯୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗଦାଧରଙ୍କୁ ନିଲମ୍ବିତ କରାଯାଇଛି। ନିଜ ଅପକର୍ମ ସ୍ଵିକାର କରିଛନ୍ତି ଗଦାଧର।

ସୁଆର ମହାସୁଆର ନିଯୋଗର ବୈଠକ ବସି ଗଦାଧରଙ୍କୁ ରୋଷଘରେ ନପଶିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୀମନ୍ଦିର ପ୍ରଶାସନ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ବିଚାର କରୁଛି। ଭବିଷ୍ୟତରେ ଯେପରି ଏହି ଘଟଣାର ପୁନରାବୃତ୍ତି ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧଇକାରୀ କହିଛନ୍ତି।

Comment