ଓଡ଼ିଶାଲାଇଭ୍‌ ବ୍ୟୁରୋ

୧. ମହାତ୍ମା ଗାନ୍ଧିଙ୍କ ହତ୍ୟାର ଆଉ ଥରେ ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମ କୋର୍ଟରେ କହିଲେ ଏମିକେସ୍ କ୍ୟୁରି (କୋର୍ଟର ବନ୍ଧୁ)।
୨. ସମଲୈଙ୍ଗିକତା(ଆଇପିସିର ୩୭୭ ଧାରା) ଅପରାଧ କି ନୁହେଁ ୨୦୧୩ର ସୁପ୍ରିମକୋର୍ଟ ରାୟର ପୁନଃ ବିଚାର କରିବେ କୋର୍ଟର ବଡ଼ ଖଣ୍ଡପୀଠ।
୩. ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଘର ‘ଟ୍ରମ୍ପ ଟାୱାର’ରେ ଲାଗିଲା ନିଆଁ, ବାହାରେ ଥିଲେ ଟ୍ରମ୍ପ।
୪. ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କହିଲେ ରାଜ୍ୟରେ ‘ପଦ୍ମାବତୀ’ ଫିଲ୍ମ ରିଲିଜ ହେବନାହିଁ।
୫. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପରାଜ୍ୟପାଳ ଅନିଲ ବୈଜଲଙ୍କ  ଉପରେ ବର୍ଷିଲେ,କହିଲେ ତାଙ୍କ ପରାମର୍ଶ ବିନା ବେକାର ଅଫିସରଙ୍କୁ ନିଯୁକ୍ତ କରାଯାଉଛି।
୬. ଦିଲ୍ଲୀରେ କେଜ୍ରି  ସରକାର ଜାରି କଲେ ‘କମନ ମୋବିଲିଟି କାର୍ଡ’,ଦେଶରେ ପ୍ରଥମ ଓ ଟିକେଟ ଝିନଝଟ ଖତମ୍।
୭. ବିହାର ବେଗୁସରାଇରେ ଗ୍ରାହକ ସାଜି ଭଉଣୀକୁ  କୋଠା(ବେଶ୍ୟାଳୟ)ରୁ ଉଦ୍ଧାର କଲା ଭାଇ।
୮. ରଣବିରଙ୍କ ପରିବାର ପକ୍ଷରୁ ଦୀପିକାଙ୍କୁ ଦିଆ ଗଲା ସ୍ୱତନ୍ତ୍ର ଉପହାର, ହାତଗଣ୍ଠି ଖୁବ୍ ଶୀଘ୍ର।
୯. ଭାରତୀୟ କ୍ରିକେଟ ଖେଳାଳିଙ୍କ ପତ୍ନୀ ଓ ଗାର୍ଲଫ୍ରେଣ୍ଡଙ୍କ ଦାୟିତ୍ୱ ନେବାକୁ ମନା କଲା କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼।
୧୦. ଜଳବାୟୁ ପରିବର୍ତ୍ତନ: ଆମେରିକାର ସିକାଗୋରେ ସବୁ ନଦୀରେ ଭୀଷଣ ବନ୍ୟା ଆସିଥିବା ବେଳେ ଅଷ୍ଟ୍ରେଲିଆର ସିଡ୍‌ନୀରେ ବର୍ଷୁଛି ନିଆଁ।

Comment