ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ ମହାକାଶ ଗବେଷଣା କ୍ଷେତ୍ରରେ ଆଜି ଆଉ ଏକ ଇତିହାସ ସୃଷ୍ଟି କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଇସ୍ରୋ ଆଜି ଉତକ୍ଷେପଣ କରିଛି ଦେଶର ୧୦୦ତମ ସାଟେଲାଇଟ୍। ପିଏସ୍‌ଏଲ୍‌ଭି-୪୦ ସାହାଯ୍ୟରେ ଏକାଥରେ ୩୧ଟି ସାଟେଲାଇଟ ମହାକାଶକୁ ଛଡାଯାଇଛି। ସକାଳ ୯ଟା ୨୯ମିନିଟରେ ଶ୍ରୀହରିକୋଟାରୁ ଏଗୁଡିକୁ ଉତକ୍ଷେପଣ କରାଯାଇଛି।

୩୧ଟି ସାଟେଲାଇଟ ମଧ୍ୟରେ ଭାରତର କାଟ୍ରୋସାଟ୍-୨ ସିରିଜର ଗୋଟିଏ ସାଟେଲାଇଟ ଏବଂ ଗୋଟିଏ ଲେଖାଁଏ ମାଇକ୍ରୋ ଓ ନାନୋ ସାଟେଲାଇଟ୍ ରହିଛି। ବାକି ୨୮ଟି ବିଦେଶୀ ସାଟେଲାଇଟ୍। ସେଗୁଡିକ ସବୁ କାନାଡା, ଫିନଲାଣ୍ଡ, ଫ୍ରାନ୍ସ, କୋରିଆ, ଇଂଲଣ୍ଡ ଓ ଆମେରିକା ଆଦି ଦେଶର। ୩୧ଟି ଯାକ ସାଟେଲାଇଟର ଓଜନ ପ୍ରାୟ ୧,୩୨୩ କିଲୋଗ୍ରାମ।

ପାଣିପାଗ, ନେଟୱ।ର୍କିଂ ମନିଟରିଂ କ୍ଷେତ୍ରରେ ବେଶ୍ ସହାୟକ ହେବ କାର୍ଟୋସାଟ୍। ୨୦୧୮ରେ ଏହା ପ୍ରଥମ ମହାକାଶ ଅଭିଯାନ।

Comment