ଓଡ଼ିଶାଲାଇଭ୍ ବ୍ୟୁରୋ

କୌଣସି ସ୍ଥାନକୁ ବୁଲିବାକୁ ଗଲେ ସୁଟକେସର ଭାରି ବୋଝ ସାଙ୍ଗକୁ ତା’ର ସୁରକ୍ଷାର ଚିନ୍ତା ଥାଏ। ଯାତ୍ରା ସମୟରେ ଆଉ ଏକ ଚିନ୍ତା ମୋବାଇଲ୍ ଚାର୍ଜ। ଏମିତି କିଛି ଅସୁବିଧାକୁ ସାମ୍ନା କରୁଥିବା ଯାତ୍ରୀମାନଙ୍କ ପାଇଁ ଖୁସି ଖବର।

କୌଣସି ସ୍ଥାନକୁ ଯିବା ପାଇଁ ହେଲେ ଭାରି ସାମଗ୍ରୀ ନେଇ ଯିବା ପାଇଁ ଅନେକ ଅସୁବିଧା ପରିଲକ୍ଷିତ ହୁଏ। ତେବେ ଏଭଳି ପରିସ୍ଥିତିରେ ଯଦି ସୁଟକେସ୍ ଆପଣଙ୍କ ସହିତ ଚାଲିବାରେ ଲାଗେ ତେବେ କେମିତି ହୁଅନ୍ତା। ତେବେ ଯାତ୍ରା ସମୟରେ ଜିନିଷପତ୍ର ବୋହିବାକୁ ନେଇ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏମିତି ଏକ ସୁଟକେସ୍ ପ୍ରସ୍ତୁତ କରିଛନ୍ତି। ଯାହାର ପରୀକ୍ଷଣ ବର୍ତ୍ତମାନ ଜାରି ରହିଛି।

ରୋବୋଟିକ୍ ଟେକ୍ନୋଲୋଜି ଦ୍ଵାରା ଆଧାରିତ ଏହି ସୁଟକେସକୁ ଆପଣ ବୋହିବାକୁ ନେବାକୁ ପଡିବ ନାହିଁ। ଏହି ସୁଟକେସରେ ୪ଟି ଚକ ଲାଗିଛି। ଏଥିସହ ୧୭୦ଡିଗ୍ରୀ ୱ।ଇଡ୍ ଆଙ୍ଗେଲ୍ କ୍ୟାମେରା ଓ ପୋଜିସନିଙ୍ଗ୍ ପାଇଁ ଲାଇଡର ଖଞ୍ଜାଯାଇଛି। ଏହା ଆଇଡେଣ୍ଟିଫିକେସନ୍ ଟ୍ରାକିଂଏଲଗରିଦମ୍ ବ୍ୟବହାର କରି ଆପଣଙ୍କ ସହିତ ଚାଲିବ। ଏଥିପାଇଁ ଏକ ରିଷ୍ଟ ବ୍ୟାଣ୍ଡ୍ ରହିଛି। ଯାହାକୁ ଆପଣଙ୍କୁ ପିନ୍ଧିବାକୁ ପଡିବ। ରିଷ୍ଟ-ବ୍ୟାଣ୍ଡ୍ ଦ୍ଵାରା ଏହି ସୁଟକେସ୍ ଆପଣା ଛାଏଁ ଯେଉଁସ୍ଥାନକୁ ଯିବାକୁ ଚାହୁଁଛନ୍ତି ସେହି ସ୍ଥାନ ପର୍ଯ୍ୟନ୍ତ ଯାଇପାରିବ।

ଏଥିସହିତ ରୋବୋଟିକ୍ ସୁଟକେସରେ ଏମିତି ଏକ ବ୍ରେସଲେଟ୍ ରହିଛି, ଯାହାକି ଏଥିରେ ଯଦି କୌଣସି ପ୍ରକାର ଅସୁବିଧା ହୁଏ କିମ୍ବା ଅଫ୍-ଦ-ଟ୍ରାକ୍ ଯିବା ପାଇଁ ହୁଏ ତେବେ ସୂଚନା ଦେଇଦେବ। ଏଥିରେ ଏକ ବ୍ୟାଟେରୀ ବି ଲାଗିଛି। ଯାହାକୁ ଆପଣ ମୋବାଇଲ୍ ଚାର୍ଜିଂ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।

ଏହା ଦ୍ଵାରା ଯଦି ଆପଣ କୌଣସି ସ୍ଥାନରେ ଭୁଲରେ ସୁଟକେସ ଛାଡି ଚାଲି ଆସୁଛନ୍ତି ତେବେ ଏହି ସୁଟକେସ୍ ଆପଣା ଛାଏଁ ଆପଣଙ୍କ ପଛେପଛେ ଆସିବ। ବର୍ତ୍ତମାନ ଏହି ସୁଟକେସ ଲଞ୍ଚ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

LEAVE A REPLY

Please enter your comment!
Please enter your name here