ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁହଁ ଖୋଲିଛନ୍ତି ବିଶ୍ୱହିନ୍ଦୁ ପରିଷଦ ନେତା ପ୍ରବୀଣ ତୋଗାଡ଼ିଆ। ତାଙ୍କୁ ହତ୍ୟା ଉଦ୍ୟମ କରାଯାଉଥିବା କହି ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି।

୧୧ ଘଣ୍ଟା ନିଖୋଜ ପରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବିଶ୍ୱହିନ୍ଦୁ ପରିଷଦ ନେତା(ଭିଏଚ୍‌ପି) ପ୍ରବୀଣ ଭାଇ ତୋଗାଡ଼ିଆ ମୁହଁ ଖୋଲିଛନ୍ତି। ତାଙ୍କୁ ଏନକାଉଣ୍ଟର କରାଯିବାକୁ ଯୋଜନା ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।

ପ୍ରବୀଣ ତୋଗାଡିଆ କହିଛନ୍ତି, “ମୋତେ ହତ୍ୟା ଉଦ୍ୟମ କରାଯାଉଛି। ମୁଁ କାହାରିକୁ ଡ଼ରେ ନାହିଁ। ମାତ୍ର ମୋତେ ଡ଼ରାଇବାକୁ ଚେଷ୍ଟା କରାଯାଉଛି।”

ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଶ୍ରୀ ତୋଗାଡିଆ। ମାତ୍ର ଅହମ୍ମଦବାଦର ସାହିବାଗ ଅଞ୍ଚଳରୁ ତାଙ୍କୁ ସୋମବାର ସନ୍ଧ୍ୟାରେ ସଜ୍ଞାହୀନ ଭାବରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ମଙ୍ଗଳବାର ବିଶ୍ୱହିନ୍ଦୁ ପରିଷଦର ଏହି ବରିଷ୍ଠ ନେତା ଜଣକ କହିଛନ୍ତି,”ସକାଳେ ମୁଁ ରୁମରେ ପୂଜାପାଠ କରୁଥିଲି। ଏହି ସମୟରେ ଜଣେ ଲୋକ ଆସି ମୋତେ କହିଲା ତୁମକୁ ହତ୍ୟା ପାଇଁ ଯୋଜନା କରାଯାଉଛି। ମୁଁ ବାହାରକୁ ଆସି ଦେଖିଲି ଦୁଇ ପୁଲିସ କର୍ମଚାରୀ ରୁମ୍ ବାହାରେ ଠିଆ ହୋଇଛନ୍ତି। ପରେ କିଛି ଟଙ୍କା ଧରି ଏକ ଅଟୋରେ ସମର୍ଥକମାନଙ୍କ ସହ ବାହାରିଗଲି।”

ଶ୍ରୀ ତୋଗାଡିଆ ଆହୁରି କହିଛନ୍ତି ଯେ ସେ ରାସ୍ତାରେ ଗଲାବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ମାତ୍ର ପୋଲିସ ଏନ୍‌କାଉଣ୍ଟରକୁ ସେମାନେ ଅସ୍ୱୀକାର କରିଥିଲେ।

ରାଜସ୍ଥାନ ପୋଲିସ ତାଙ୍କୁ ଗିରଫ କରିବା ପଇଁ ୱାରେଣ୍ଟ୍ ଧରି ଆସିଥିଲା। ଓକିଲଙ୍କ ସହ ଆଲୋଚନା କରି ଜୟପୁରରୁ ଫେରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ।

ଶାନ୍ତି ବଜାୟ ରଖିବାକୁ ଶ୍ରୀ ତୋଗାଡ଼ିଆ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ‘ମୁଁ ନ୍ୟାୟାଳୟକୁ ସମ୍ମାନ ଦେଉଛି। ଡାକ୍ତର ଅନୁମତି ଦେଲେ ଆତ୍ମସମର୍ପଣ କରିବି।’

ଗୁଜରାଟ ପୋଲିସ ଉପରେ ଶ୍ରୀ ତୋଗାଡ଼ିଆ ବର୍ଷିଛନ୍ତି।’ମୁଁ କ’ଣ କ୍ରିମିନାଲ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ତୋଗାଡ଼ିଆ କହିବା ବେଳେ ଭାବ ବିହ୍ୱଳ ହୋଇପଡ଼ିଥିଲେ।

Comment