ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଘୁବନଜାତ ସାମଗ୍ରୀରୁ ଜିଏସଟି ଛାଡ଼ ଦାବି କଲା ଓଡ଼ିଶା

ହୀରା, ମୂଲ୍ୟବାନ ପଥର ସମେତ ୨୯ ସାମଗ୍ରୀ ଆସନ୍ତା ୨୫ ତାରିଖରୁ ଶସ୍ତା ହେବ। ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ  ୨୯ ସାମଗ୍ରୀ ଓ ୫୩ ସେବା ଉପରୁ ଜିଏସଟି ୧୦ ପ୍ରତିଶତ ହ୍ରାସ କରାଯାଇଛି।

ଲଘୁବନଜାତ ଦ୍ରବ୍ୟ ଯଥା ସବାଇଘାସ, ମହୁଲ, ଝୁଣା ପ୍ରଭୃତିରୁ ଜିଏସଟି ହ୍ରାସ ପାଇଁ ଓଡ଼ିଶା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଦାବି କରିଛନ୍ତି। ଜିଏସ୍‌ଟି ପରିଷଦ ବୈଠକରେ ସେ ଯୋଗଦେଇ କହିଥିଲେ ଯେ ଲଘୁବନଜାତ ଦ୍ରବ୍ୟ ଉପରେ ଲାଗୁହୋଇଥିବା ଜିଏସ୍‌ଟି ୫ ପ୍ରତିଶତ ହ୍ରାସ ପାଇଲେ ରାଜ୍ୟର ଗରିବ ଆଦିବାସୀମାନେ ବିଶେଷ ଉପକୃତ ହୋଇପାରିବେ। ଜିଏସ୍‌ଟି ଯୋଗୁଁ ଶହ ଶହ ଆଦିବାସୀ କ୍ଷତିଗ୍ରସ୍ତ ହେଉଥିବାରୁ ଏହାକୁ ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିବା ଅର୍ଥମନ୍ତ୍ରୀ ଶ୍ରୀ ବେହେରା ବୈଠକରେ କହିଥିଲେ।

ବୈଠକରେ ହୀରା ଓ ମୂଲ୍ୟବାନ ପଥର, ମଧ୍ୟମ ଓ ବୃହତ୍ତ ଧରଣର ସେକେଣ୍ଡ ହ୍ୟାଣ୍ଡ୍ କାର, ଏସ୍‌ୟୁଭି, ବ୍ୟବହୃତ ଓ ପୁରୁଣା ମୋଟରଯାନ, ବାୟୋଡିଜେଲ, ଜୈବ ଇନ୍ଧନରେ ପରିବହନ ଲାଗି ବ୍ୟବହୃତ ବସ୍‌ , ୨୦ଲିଟର ପାଣି ଭର୍ତ୍ତି ଜାର, ସାରମାନର ଫସଫରିକ୍ ଏସିଡ୍, ତେନ୍ତୁଳିମଞ୍ଜି ଗୁଣ୍ଡ, କୋନ୍‌ରେ ଥିବା ମେହେନ୍ଦି ପେଷ୍ଟ୍, ଥିମ୍ ପାର୍କ, ୱାଟର ପାର୍କ, ଜୟ ରାଇଡ୍, ମେରି-ଗୋ ରାଉଣ୍ଡ୍, କାର୍ଟିଂ ପ୍ରବେଶିକା ପରୀକ୍ଷା ଶୁଳ୍କ, ସ୍କୁଲ ପିଲାଙ୍କ ପରିବହନ ବସ୍‌ସେବା ହ୍ରାସ କରାଯାଇଛି। ଏହିସବୁ ସାମଗ୍ରୀ ଓ ସେବା ଉପରେ ପୂର୍ବରୁ ଲାଗୁ ହୋଇଥିବା ୨୮ପ୍ରତିଶତ ଜିଏସ୍‌ଟିକୁ ହ୍ରାସ କରାଯାଇଛି ୧୮ପରିଷଦ ଧାର୍ଯ୍ୟ ହୋଇଛି।

ସର୍ବସାଧାରଣଙ୍କ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନା ଉପରୁ ଜିଏସ୍‌ଟି ପରିମାଣ ୧୮ପ୍ରତିଶତରୁ ୧୨ ପ୍ରତିଶତକୁ କମାଇ ଦିଆଯାଇଛି। ଆସନ୍ତା ୨୫ ତାରିଖଠାରୁ ପରିଷଦର ନିଷ୍ପତ୍ତି କାର୍ଯ୍ୟକାରୀ ହେବ।

 

LEAVE A REPLY

Please enter your comment!
Please enter your name here