ଓଡ଼ିଶାଲାଇଭ୍ ବ୍ୟୁରୋ

  • ୭୧୨ କୋଟି ଜାଲ୍ ବିଲ୍ ରାକେଟ୍‌ର ପର୍ଦ୍ଦାଫାସ୍‌
  • ଜିଏସ୍‌ଟି ସ୍କ୍ୱାଡ୍ ଚଢ଼ଉରେ ଧରାପଡ଼ିଲା ଗଫଲତି
  • ମଧୁମିତା ଷ୍ଟିଲ୍ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ନିର୍ଦ୍ଦେଶକ ଗିରଫ

କଟକ: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ପୁଣି ଏକ ବଡ଼ଧରଣର ଟିକସ ଠକେଇର ଫର୍ଦ୍ଦାଫାସ କରିଛି। ୭୧୨ କୋଟି ଟଙ୍କାର ଜାଲ୍ ବିଲ୍ ମାଧ୍ୟମରେ ୧୨୯ କୋଟିର ଜାଲ୍ ଇନ୍‌ପୁଟ୍ ଟ୍ୟାକ୍ସ ହସ୍ତାନ୍ତର କରିଥିବା ଏକ ରାକେଟ୍ ଠାବ କରିଛି ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ୍ ସ୍କ୍ୱାଡ୍।

ଏହି ଠକେଇ ଅଭିଯୋଗରେ ସ୍କ୍ୱାଡ୍ ମଧୁମିତା ଷ୍ଟିଲ୍ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ କାଶ୍ମୀରା କୁମାର ଅଗ୍ରୱାଲ୍‌ଙ୍କୁ ସମ୍ବଲପୁରରୁ ଗିରଫ କରିଛି। କେବଳ ଟିକସ ଫାଙ୍କି ନୁହେଁ, ବେଆଇନ ନଗଦ ଅର୍ଥ କାରବାର ସହ ମଧ୍ୟ ଅଗ୍ରୱାଲ୍‌ଙ୍କ ସଂପର୍କ ଥିବା ଜିଏସ୍‌ଟି ସ୍କ୍ୱାଡ୍ ସନ୍ଦେହ କରୁଛି।

ସଂଗୃହିତ ୱେବ୍ ବିଲ୍ ଯାଞ୍ଚରୁ ବିପୁଳ ପରିମାଣର ଟିକସ ଠକେଇ ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ଅଗ୍ରୱାଲ୍‌ଙ୍କ ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ୧୩ଟି ବ୍ୟବସାୟିକ ଅନୁଷ୍ଠାନ ଉପରେ ଏକସମୟ ଚଢ଼ଉ କରାଯାଇଥିଲା। ଏହି ସମୟରେ ତାଙ୍କଠାରୁ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ୍ ପ୍ରତିଷ୍ଠାନର ରବର ଷ୍ଟାମ୍ପ, ବ୍ୟାଙ୍କ୍ ପାସ୍ ବୁକ ଓ ଅନ୍ୟ କାଗଜପତ୍ର ଜବତ ହୋଇଛି।

ଅନୁସନ୍ଧାନରୁ ଏଗୁଡ଼ିକ ଜାଲ୍ ବ୍ୟବସାୟିକ ଅନୁଷ୍ଠାନର ବୋଲି ଜଣାପଡ଼ିଛି। ବିଭିନ୍ନ ବ୍ୟାଙ୍କରେ ଏହି ଜାଲ୍ ଅନୁଷ୍ଠାନ ନାମରେ ଖାତା ଖୋଲାଯାଇ ସେଥିରେ ପ୍ରଚୁର ଅର୍ଥ କାରବାର କରାଯାଇଛି । ଏପରିକି ଏହି ଅନୁଷ୍ଠାନ ପାଇଁ ଦର୍ଶାଯାଇଥିବା ଘରର କାଗଜପତ୍ର ମଧ୍ୟ ନକଲି ବୋଲି ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଶହଶହ ଟନ୍ ଓଜନର ଲୁହା ଓ ଷ୍ଟିଲ୍‌ଗୁଡ଼ିକ ଦୁଇ ଚକିଆ ଯାନରେ ପରିବହନ କରାଯାଇଥିବା ନେଇ ଏହିବିଲ୍‌ରେ ଦର୍ଶାଯାଇଛି। ଚଢ଼ଉ ବେଳେ କାଶ୍ମିରା ଅଗ୍ରୱାଲ୍‌ଙ୍କ କିଛି ବ୍ୟାଙ୍କ୍ ଖାତାକୁ ଆଟାଚ୍ କରାଯାଇ ସେସବୁରୁ ପ୍ରାୟ ୨ କୋଟି ଟଙ୍କା ଜବତ କରାଯାଇଛି।BGUକାଶ୍ମୀରା ଅଗ୍ରୱାଲ୍ ଦୀର୍ଘ ଦିନ ହେବ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡ୍ ନଜରରେ ରହୁଥିଲେ ବି କୌଶଳକ୍ରମେ ଧରାଛୁଆଁ ଦେଉନଥିଲେ । ସେ କେତେବେଳେ ଟାଟା, ହରିୟାଣା ଓ ରାଉରକେଲାରେ ରହି ନିଜର ଠିକଣା ବଦଳାଉଥିଲେ । ବହୁ ଉଦ୍ୟମ ପର ଗତକାଲି ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟର ଏକ ସ୍କ୍ୱାଡ୍ ଅଗ୍ରୱାଲ୍‌ଙ୍କୁ ସମ୍ୱଲପୁରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଚାକିରି ପ୍ରଲୋଭନ ଦେଖାଇ ଦଲାଲ୍ କିମ୍ୱା ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ନିରୀହ ଲୋକଙ୍କ ପରିଚୟପତ୍ର ହାସଲ ପରେ ଏଗୁଡ଼ିକୁ ବ୍ୟବହାର କରି ଜିଏସ୍‌ଟି ପଞ୍ଜିକରଣ କରିବା ସହିତ ବିଭିନ୍ନ ବ୍ୟାଙ୍କର ଆକାଉଣ୍ଟ ଖୋଲୁଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ  ଅଭିଯୁକ୍ତ କାଶ୍ମିରା ଅଗ୍ରୱାଲ୍ ୧୧୩.୮୧ କୋଟି ଟଙ୍କାର ଇନ୍‌ପୁଟ୍ ଟ୍ୟାକ୍ସ୍ କ୍ରେଡିଟ୍ ବ୍ୟବହାର କରି ସେ ସୃଷ୍ଟି କରିଥିବା ଏହି ଜାଲ୍ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ନାମରେ ଜାଲ୍ ବିଲ୍ ବଳରେ ଅନ୍ୟ ବ୍ୟବସାୟୀଙ୍କୁ ୧୨୯ କୋଟି ଟଙ୍କାର ଇନ୍‌ପୁଟ୍ ଟ୍ୟାକ୍ସ ହସ୍ତାନ୍ତର କରିଛି । ଓଡ଼ିଶାର ଯେଉଁ ବ୍ୟବସାୟୀମାନେ ଏହି ଜାଲ୍ ଇନ୍‌ପୁଟ୍ ଟାକ୍ସ କ୍ରେଡିଟ୍ ବ୍ୟବହାର କରି ଟିକସ ଫାଙ୍କିଛନ୍ତି ସେମାନଙ୍କଠାରୁ ଟିକସ ଫାଙ୍କିର ପରିମାଣ ଏବଂ ସୁଧ ସହ ଜରିମାନା ଆଦାୟ କରାଯିବା ଦିଗରେ ବିଭାଗ ତରଫରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବାହାର ରାଜ୍ୟର ଯେଉଁ ବ୍ୟବସାୟୀମାନେ ଏହି ଜାଲ୍ ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ନେଇଛନ୍ତି ସେମାନଙ୍କଠାରୁ ଏହି ଠକେଇ ଅର୍ଥ ସୁଧ ଓ ଜରିମାନା ସହ ଆଦା କରିବା ସହିତ ଜିଏସ୍‌ଟି ଆଇନରେ ଥିବା ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ସଂପୃକ୍ତ ରାଜ୍ୟ ଜିଏସ୍‌ଟି କମିସନରଙ୍କୁ ଅନୁରୋଧ କରାଯାଉଛି ବୋଲି ଓଡ଼ିଶା ଜିଏସ୍‌ଟି କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here