ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଟିଭି ପରଦାରେ କରିବେ ଏଣ୍ଟ୍ରି
  • ବିଶ୍ଵର ସବୁଠୁ ଲମ୍ବା ବଡି ବିଲଡର୍
  • ଡବ୍ଲୁଡବ୍ଲୁଇ ଚାମ୍ପିଅନ୍ ହୋଇସାରିଛନ୍ତି ରିଡ୍

ଛୋଟ ପରଦାର ବଡ ସିରିଜ୍ ‘ପୋରସ୍’ର ଷ୍ଟାରକାଷ୍ଟକୁ ନେଇ ଖୁବ୍ ଚର୍ଚ୍ଚାରେ। ବର୍ତ୍ତମାନ ଏହି ଶୋ ସହ ଏନ ନୂଆ କଳାକାରଙ୍କ ନାମ ଯୋଡି ହେବାକୁ ଯାଉଛି। ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକାରେ ଅନ୍ତର୍ଜାତୀୟ ରେସଲର୍ ଭାବେ ଜଣାଶୁଣା ଏରେନ୍ ଡବ୍ଲୁ, ରିଡଙ୍କ ନାମ ଶୁଣାଯାଉଛି।

ଉନ୍ନତମାନର ଭିଜୁଆଲ୍ସ ପାଇଁ ଚର୍ଚ୍ଚିତ ଏହି ଶୋ’ରେ ରିଡଙ୍କ ଏଣ୍ଟ୍ରି ଆଗାମୀ ଦିନରେ ଶୋ’କୁ ଅଧିକ ଲୋକପ୍ରିୟତା ଆଣିବାରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି।

ଏରେନ୍ ଡବ୍ଲୁ, ରିଡ୍ ‘ପୋରସ୍’ ଶୋ’ରେ ଜଣେ ଫାରସୀ ଯୋଦ୍ଧା ଭୂମିକାରେ ନଜର ଆସିବେ।

ପୂର୍ବତନ ଡବ୍ଲୁଡବ୍ଲୁଇ ରେସଲର୍ ଭାବେ ଜଣାଶୁଣା ରିଡ୍ ବିଶ୍ଵର ସବୁଠୁ ଲମ୍ବା ରେସଲର୍। ‘ଦ ସୁପରନାଚୁରାଲ୍ ଲାଇଫଷ୍ଟାଇଲ୍’ ଉପାଧି ପାଇଥିବା ରିଡ୍ ସାତଥର ‘ବଡି ବିଲ୍ଡିଂ’ ଚାମ୍ପିଅନ୍ ମଧ୍ୟ ହୋଇସାରିଛନ୍ତି।

ମାତ୍ର ୪ବର୍ଷର ଥିବାବେଳେ ସେ କ୍ୟାନ୍ସର ପିଡିତ ଥିଲେ। ସାତ ବର୍ଷ ପର୍ଯ୍ୟନ୍ତ ସେ କେମୋଥେରାପି ଦ୍ଵାରା ଚିକିସିତ ହେଉଥିଲେ। ତଥାପି ହାର୍ ମାନି ନଥିଲେ।  କଠିନ ସଂଘଷ ଦ୍ଵାରା ସମସ୍ତ ରୋଗକୁ ଲଢି ଜିତିଥିଲେ ରିଡ୍।

ଏରେନ୍ ଡବ୍ଲୁ, ରିଡଙ୍କ ଉଚ୍ଚତା ୬.୭ ଫୁଟ୍। ‘ପୋରସ୍’ ସୁଟିଂ ପାଇଁ ସେ ଏବେ ଭାରତରେ ଅଛନ୍ତି। ଖୁବଶିଘ୍ର ହିନ୍ଦୀ ଶିଖିବା ପାଇଁ ଚେଷ୍ଟା ବି ଚଳାଇଛନ୍ତି ରିଡ୍।

Comment