ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମାଲା ସିହ୍ନା ଓ ବାପି ଲାହିରୀ ଜୀବନବ୍ୟାପୀ ସାଧନା ପୁରସ୍କାର
  • ‘ହିନ୍ଦୀ ମିଡିଅମ’ ଶ୍ରେଷ୍ଠ ଚଳଚ୍ଚିତ୍ର
  • ବିଦ୍ୟା ବାଲାନଙ୍କୁ ଷଷ୍ଠଥର ପାଇଁ ଫିଲ୍ମଫେୟାର ପୁରସ୍କାର

୬୩ତମ ଫିଲ୍ମଫେୟାର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି। ‘ହିନ୍ଦୀ ମିଡିଅମ’ ଚଳଚ୍ଚିତ୍ର ପାଇଁ ଇର୍ଫାନ ଖାଁ ଶ୍ରେଷ୍ଠ ଅଭିନେତା ମନୋନୀତ ହୋଇଥିବାବେଳେ ବିଦ୍ୟା ବାଲାନ ‘ତୁହ୍ମାରି ସୁଲୁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍ତି।

ୱର୍ଲିସ୍ଥିତ ଏନଏସସିଆଇ ଅଡିଟୋରିୟମରେ ଶନିବାର ଅନୁଷ୍ଠିତ ହୋଇଛି ଜିଓ ଫିଲ୍ମଫେୟାର ପୁରସ୍କାର ଉତ୍ସବ। ବଲିଉଡ ସୁପରଷ୍ଟାର ଶାହରୁଖ ଖାଁ ଓ ନିର୍ଦେଶକ କରନ ଜୋହର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ‘ହିନ୍ଦୀ ମିଡିଅମ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଥିବାବେଳେ ‘ନ୍ୟୁଟନ’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ କ୍ରିଟିକ୍‌ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଅପରପକ୍ଷରେ ବିଗତ ଦିନର ନାୟିକା ମାଲା ସିହ୍ନା ଓ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କୁ ‘ଜୀବନବ୍ୟାପୀ ସାଧନା’ ପୁରସ୍କାରରେ ସମ୍ମାନିତ କରାଯାଇଛି। ବିଦ୍ୟା ବାଲାନ ତାଙ୍କ କ୍ୟାରିୟରରେ ଷଷ୍ଠଥର ପାଇଁ ଫିଲ୍ମଫେୟାର ପୁରସ୍କାର ହାସଲ କରିଛନ୍ତି।

ଶ୍ରେଷ୍ଠ ସିନେମା- ହିନ୍ଦୀ ମିଡିଅମ

ଶ୍ରେଷ୍ଠ ସିନେମା (କ୍ରିଟିକ)- ନ୍ୟୁଟନ

ଶ୍ରେଷ୍ଠ ଅଭିନେତା – ଇରଫାନ୍ ଖାନ୍ (ହିନ୍ଦୀ ମିଡିଅମ୍)

ଶ୍ରେଷ୍ଠ ଅଭିନେତ୍ରୀ –ବିଦ୍ୟା ବାଲାନ୍ (ତୁହ୍ମାରୀ ସୁଲୁ)

ଶ୍ରେଷ୍ଠ ଅଭିନେତା (କ୍ରିଟିକ୍)- ରାଜ କୁମାର ରାଓ (ଟ୍ରାପ୍‌ଡ)

ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍)- ଜାଇରା ୱାସିମ୍ (ସିକ୍ରେଟ୍ ସୁପରଷ୍ଟାର)

ଶ୍ରେଷ୍ଠ ନିର୍ଦ୍ଦେଶକ – ଅଶ୍ୱିନୀ ଆୟାର ତିୱାରୀ (ବରେଲି କି ବର୍ଫି)

ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ- କୋଙ୍କନା ସେନ ଶର୍ମା (ଏ ଡେଥ୍ ଇନ୍ ଦ ଗୁଞ୍ଜ୍)

ଶ୍ରେଷ୍ଠ ସହ-ଅଭିନେତା- ରାଜ କୁମାର ରାଓ (ବରେଲି କି ବର୍ଫି)

ଶ୍ରେଷ୍ଠ ସହ-ଅଭିନେତ୍ରୀ – ମେହର ବିଜ୍ (ସିକ୍ରେଟ୍ ସୁପରଷ୍ଟାର)

ଶ୍ରେଷ୍ଠ ସଂଳାପ ଲେଖକ – ହିତେଶ କେୱାଲ୍ୟା (ଶୁଭୁମଙ୍ଗଳ ସାବଧାନ)

ଶ୍ରେଷ୍ଠ ଚିତ୍ରନାଟ୍ୟ ଲେଖକ – ସୁବାଶିଷ ଭୂତିଆନ୍(ମୁକ୍ତିଭବନ)

ଶ୍ରେଷ୍ଠ ମୌଳିକ କାହାଣୀକାର – ଅମିତ୍ ନ୍ୟୁଟନ୍ (ନ୍ୟୁଟନ୍)

କ୍ଷୁଦ୍ର ଚଳଚ୍ଚିତ୍ରର ଶ୍ରେଷ୍ଠ ଅଭିନେତା- ଜ୍ୟାକି ସ୍ରଫ୍ (ଖୁଜ୍‌ଲି)

କ୍ଷୁଦ୍ର ଚଳଚ୍ଚିତ୍ରର ଶ୍ରେଷ୍ଠ ଅଭିନେତ୍ରୀ – ସେଫାଳି ଶାହା (ଜୁସ୍)

ପିପୁଲ୍ସ ଚଏସ୍ ଆୱାର୍ଡ (ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର) – ଅନାହୁତ୍

ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର (ଫିକ୍ସନ) – ଜୁସ୍

ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର (ନନ୍ ଫିକସନ) – ଇନଭିଜବଲ୍ ଉଇଙ୍ଗସ୍

ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ – ପ୍ରୀତମ୍ (ଜଗ୍‌ଗା ଜାସୁସ୍)

ଶ୍ରେଷ୍ଠ ଗୀତିକାର – ଅମିତାଭ ଭଟ୍ଟାଚାର୍ଯ୍ୟ (‘ଉଲ୍ଲୁ କା ପଠା’, ଫିଲ୍ମ – ଜରାଗା ଜାସୁସୀ)

ଶ୍ରେଷ୍ଠ ଗାୟକ – ଅରିଜିତ୍ ସିଂହ (‘ରୋକେ ନା ରୁକେ ନୈନା’, ଫିଲ୍ମ – ବଦ୍ରିନାଥ କି ଦୁଲ୍‌ହନିଆ)

ଶ୍ରେଷ୍ଠ ଗାୟିକା – ମେଘନା ମିଶ୍ର (‘ନାଚଦି ଫିରା’, (ଫିଲ୍ମ – ସିକ୍ରେଟ୍ ସୁପରଷ୍ଟାର୍)

ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ – ବିଜୟ ଗାଙ୍ଗୁଲି ଓ ରୁଏଲ୍ ଦୌସନ୍ ବରିନ୍ଦାନୀ (‘ଗଲ୍‌ତି ସେ ମିଷ୍ଟେକ୍’, ଫିଲ୍ମ- ଜରାଗା ଜାସୁସ୍)

ଶ୍ରେଷ୍ଠ ବ୍ୟାକଗ୍ରାଉଣ୍ଡ୍ ସଙ୍ଗୀତ ନିର୍ଦ୍ଦେଶକ- ପ୍ରୀତମ୍ (ଜଗ୍‌ଗା ଜାସୁସ୍)

ଶ୍ରେଷ୍ଠ ଆକ୍ସନ- ଟମ୍ ଷ୍ଟୁଥର୍ସ (ଟାଇଗର ଜିନ୍ଦା ହେ)

ଶ୍ରେଷ୍ଠ ସିନେମାଟୋଗ୍ରାଫର୍- ଶୀର୍ଷା ରାୟ (ଏ ଡେଥ୍ ଇନ ଦ ଗୁଞ୍ଜ)

ଶ୍ରେଷ୍ଠ ସଂପାଦକ- ନିଜିନ୍ ବୈଦ୍ (ଟ୍ରାପ୍‌ଡ୍)

ଶ୍ରେଷ୍ଠ ସାଉଣ୍ଡ୍ ଡିଜାଇନ୍- ଅନିସ୍ ଜନ୍ (ଟ୍ରାପ୍‌ଡ୍)

ଶ୍ରେଷ୍ଠ କଷ୍ଟ୍ୟୁମ୍ – ରୋହିତ ଚତୁର୍ବେଦୀ (ଏ ଡେଥ୍ ଇନ୍ ଦ ଗୁଞ୍ଜ)

ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ଆୱାର୍ଡ- ବରିଷ୍ଠ ଅଭିନେତ୍ରୀ ମାଲା ସିହ୍ନା ଓ ସଂଗୀତ ନିର୍ଦ୍ଦେଶକ ବାପି ଲହରୀ

Comment