ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ମାନଜନକ ‘ପଦ୍ମ’ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଏହି ସମ୍ମାନଜନକ ପୁରସ୍କାର ଦିଆଯାଉଛି।

୨୦୧୭ ବର୍ଷ ପାଇଁ କେନ୍ଦ୍ର ସରକାର ‘ପଦ୍ମ’ ପୁରସ୍କାର ଘୋଷଣା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସମ୍ମାନଜନକ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ଥିବା ବ୍ୟକ୍ତିଙ୍କ ନାଁ ଘୋଷଣା କରାଯାଇଛି।

ସାହିତ୍ୟ ଏବଂ ଶିକ୍ଷା ପାଇଁ ଅରବିନ୍ଦ ଗୁପ୍ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବାକୁ ଥିବା ବେଳେ ଚିତ୍ରକଳା ପାଇଁ ଭଜୁ ଶ୍ୟାମ, ମେଡିସିନ୍ ପାଇଁ ଲକ୍ଷ୍ମୀ କୁଟି ଏବଂ ଏମ୍‌ ଆର୍ ରାଜଗୋପାଳଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ।

ସମାଜସେବା ପାଇଁ ସୁସାଂଶୁ ବିଶ୍ବାସ, କ୍ରୀଡ଼ା ପାଇଁ ମୁରଲିକାନ୍ତ ପେଟେକର, ମେଡିସିନ୍ ପାଇଁ ସୁଲାଗଟ୍ଟି ନରସମା, ସାହିତ୍ୟ ଏବଂ ଶିକ୍ଷା ପାଇଁ ବିଜୟଲକ୍ଷ୍ମୀ ନବନୀତ କୃଷ୍ଣନ୍, ସମାଜସେବା ପାଇଁ ସୁବାସିନୀ ମିସ୍ତ୍ରୀ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ ପାଇଁ ରାଜଗୋପାଲନ୍ ବାସୁଦେବନଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ।

ଗତବର୍ଷ ୮୯ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଥିଲା। ଦେଶ ସ୍ବାଧୀନ ହେବା ପରଠାରୁ ୪୪୧୭ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଚଳିତବର୍ଷ ପଦ୍ମ ପୁରସ୍କାର ପାଇଁ ୧୫ ହଜାର ୭୦୦ ଲୋକ ଆବେଦନ କରିଥିଲେ।

Comment