ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଅଣ୍ଡର-୧୯ କ୍ରିକେଟ୍ ଟିମ୍ ପୁଣିଥରେ ରଚିଛି ଇତିହାସ। ବିଶ୍ଵକପ୍ ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚତୁର୍ଥଥର ପାଇଁ ଟାଇଟେଲ୍ ଜିତିଛି ଭାରତ।

ଭାରତୀୟ ଟିମ୍‌କୁ ଉଚ୍ଚ ଶିଖରରେ ପହଞ୍ଚାଇଛନ୍ତି ଦଳର ଖେଳାଳିମାନେ। ଯେଉଁମାନେ ପ୍ରତି ମ୍ୟାଚ୍‌ରେ ଭାରତ ପାଇଁ ଗୌରବ ଆଣିଛନ୍ତି। ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ସମ୍ପର୍କରେ..

ପୃଥୀ ଶ- ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମ୍‌ର ଅଧିନାୟକ ଅଛନ୍ତି ପୃଥୀ ଶ । ପୁନେର ଥାନେ ଅଞ୍ଚଳରେ ରହୁଥିବା ପୃଥୀ ଶ ୨୦୧୩ ୫୪୬ ରନ୍‌ର ଏକ ପାଳି ଖେଳି ଲୋକଲୋଚନକୁ ଆସିଥିଲେ। ପ୍ରଥମଶ୍ୟେଣୀ କ୍ରିକେଟ୍‌ରେ ୯ଟି ମ୍ୟାଚ୍‌ ଖେଳି ୯୬୧ରନ୍‌ କରିଛନ୍ତି ସେ। ତାଙ୍କ ସର୍ବଶ୍ରେଷ୍ଠ ସ୍କୋର ରହିଛି ୧୫୪ ରନ୍‌। ବିଶ୍ଵକପ୍‌ରେ ସେ ପାକିସ୍ତାନ, ବାଂଲାଦେଶ, ଅଷ୍ଟ୍ରେଲିଆ ବିରୋଧରେ ଯାଥାକ୍ରମେ ୪୧, ୪୦, ୯୪ ରନ୍‌ କରିଥିଲେ।

ଶୁଭମ୍ ଗିଲ୍- ଶୁଭମ୍ ଗିଲ୍ ପଞ୍ଜାବର ଫଜିଲ୍‌କା ରୁହନ୍ତି। ୧୮ବର୍ଷୀୟ ଶୁଭମ୍ ଅଣ୍ଡର-୧୯ ସହ ପଞ୍ଜାବ୍ ଅଣ୍ଡର-୧୬ ଓ ୧୯ ସହ ମ୍ୟାଚ୍‌ ଖେଳିଛନ୍ତି। ଚଳିତ ବିଶ୍ଵକପ୍‌ରେ ସେ ପାକିସ୍ତାନ, ବାଂଲାଦେଶ, ଅଷ୍ଟ୍ରେଲିଆ ଓ ଜିମ୍ବାୱେ ବିରୋଧରେ ଯାଥାକ୍ରମେ ୧୦୨, ୮୬, ୯୦ ରନ୍‌ କରିଥିଲେ।

ଆର୍ଯ୍ୟାନ୍ ଜୁଏଲ- ଆର୍ଯ୍ୟନ୍ ଜୁଏଲ୍ ଉତ୍ତର ପ୍ରଦେଶର ମୁରାଦାବାଦ୍‌ରେ ବାସ କରନ୍ତି। ବର୍ତ୍ତମାନ ତାଙ୍କୁ ମାତ୍ର ୧୬ବର୍ଷ। ଭାରତୀୟ ଅଣ୍ଡର-୧୯ ଦଳରେ ସେ ୱିକେଟ୍ କିପର୍ ଭାବେ ଭଲ ପ୍ରଦର୍ଶନ କରିଛନ୍ତି।

ଅଭିଶେକ୍ ଶର୍ମା– ଅଭିଶେକ୍ ପଞ୍ଜାବର ଅମୃତଶରରେ ରୁହନ୍ତି। ଏବେ ତାଙ୍କ ବୟସ ୧୭। ସେ ଭାରତୀୟ ଦଳ ସହ ପଞ୍ଜାବ ପାଇଁ ବି ଅନେକ ମ୍ୟାଚ୍ ଖେଳିଛନ୍ତି। ଏହାପୂର୍ବରୁ ସେ ବିଶ୍ଵକପ୍ ମଧ୍ୟ ଖେଳି ଭଲ ଅଲରାଉଣ୍ଡର ଭୂମିକା ନିଭାଇ ସାରିଛନ୍ତି।

ଅର୍ଶଦୀପ ସିଂହ- ଅର୍ଶଦୀପ ସିଂହ ମଧ୍ୟପ୍ରଦେଶର ଗୁନା ସହରରେ ରୁହନ୍ତି। ଏବେ ତାଙ୍କ ବୟସ ୧୮ ବର୍ଷ। ବାମହାତୀ ବୋଲିଂ କରୁଥିବା ଅର୍ସଦୀପ୍ ଚଳିତ ବିଶ୍ଵକପରେ ୩ଟି ୱିକେଟ୍ ନେଇଛନ୍ତି।

ହାର୍ବିକ୍ ଦେସାଇ-ହାର୍ବିକ୍ ମନିଷଭାଇ ଦେସାଇ ଗୁଜୁରାଟର ଭାବନଗରରେ ରହୁନ୍ତି। ୧୮ ବର୍ଷିୟ ହାର୍ବିକ୍ ୱିକେଟି କିପିଂ କରିବା ସହ ଭଲ ବ୍ୟାଟିଂ ମଧ୍ୟ କରନ୍ତି। ସେ ସୌରାଷ୍ଟ୍ର ପକ୍ଷରୁ ଅନେକ ମ୍ୟାଚ୍ ଖେଳିସାରିଛନ୍ତି। ଏହି ବିଶ୍ଵକପରେ ୪ ମ୍ୟାଚ୍ ଖେଳି ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି।

ମନଜୋତ୍ କାଲରା- ଦିଲ୍ଲୀରେ ବାସ କରୁଥିବା ମନ୍‌ଜୋତ୍ କାଲରାଙ୍କ ୧୯ ବର୍ଷ। ଦିଲ୍ଲୀ ପକ୍ଷରୁ ଖେଳଥିବା କାଲରା ବିଶ୍ଵକପ୍ ଫାଇନାଲରେ ଶତକ ହାସ କରି ଭାରତୀୟ ଦଳକୁ ଚାମ୍ପିଅନ୍‌ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

କମଲେସ୍ ନାଗରକୋଟୀ- କମଲେସ୍‌ ଲଚ୍ଛମ ନାଗରକୋଟୀ ରାଜସ୍ଥାନର ବାଡମେର୍‌ରେ ରୁହନ୍ତି। ତାଙ୍କ ବୟସ ହେଉଛି ୧୮ ବର୍ଷ। ଡାହାଣହାତୀ ବୋଲର ଭାବେ ନାଗରକୋଟୀଙ୍କ ଆଇପିଏଲ୍‌ରେ ମଧ୍ୟ ଭଲ ଡିମାଣ୍ଡ୍ ରହିଥିଲା। ଏହି ବିଶ୍ଵକପ୍‌ରେ ୭ ଟି ୱିକେଟ୍ ମଧ୍ୟ ହାସଲ କରିଛନ୍ତି।

ପଙ୍କଜ ଯାଦବ- ଝାରଖଣ୍ଡ ଅଣ୍ଡର-୧୯ ବିଶ୍ଵକପ୍‌ ପକ୍ଷରୁ ଖେଳୁଥିବା ପଙ୍କଜ ଯାଦବ ଏହି ବିଶ୍ଵକପ୍‌ରେ ସାଉଥ୍‌ ଆଫ୍ରିକା ବିରୋଧରେ ଏକମାତ୍ର ମ୍ୟାଚ୍‌ ଖେଳିଛନ୍ତି।

ରିଆନ୍‌ ପରାଗ- ରିଆନ୍‌ ପରାଗ ଆସମର ଗୌହାଟୀରେ ରୁହନ୍ତି। ଏବେ ତାଙ୍କ ବୟସ ୧୬ ବର୍ଷ। ଭାରତ ଅଣ୍ଡର-୧୯ ଟିମ୍ର ଟପ୍ ଅର୍ଡର ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ପରାଗ ଜଣେ ଭଲ ଅଲରାଉଣ୍ଡର।

ହିମାଂଶୁ ରାଣା- ହିମାଂଶୁ ରାଣା ହରିୟାଣାର ସୋନିପତ୍‌ରେ ରୁହନ୍ତି। ବୟସ ତାଙ୍କର ୧୯। ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଭାବେ ଟିମ୍‌ରେ ଖେଳନ୍ତି। ଏହି ବିଶ୍ଵକପ୍‌ରେ ତିନିଟି ମ୍ୟାଚ୍‌ ଖେଳି ଭଲ ପ୍ରଦର୍ଶନ କରିଛନ୍ତି।

ଆଦିତ୍ୟ ଠାକରେ- ଆଦିତ୍ୟ ଠାକରେ ବିଦର୍ଭରେ ରୁହନ୍ତି। ୧୯ ବର୍ଷୀୟ ଆଦିତ୍ୟ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଭାବେ ଟିମ୍‌ରେ ଖେଳନ୍ତି।

ଶିବା ସିଂହ- ଶିବା ସିଂହ ଜଣେ ଡାହାଣହାତୀ ବୋଲର୍‌। ଉତ୍ତରପ୍ରଦେଶର ମୁରାଦାବାଦ୍‌ରେ ରହୁଥିବା ଶିବା ଚଳିତ ବିଶ୍ଵକପ୍‌ରେ ଗୁରୁତ୍ଵପୁର୍ଣ୍ଣ ଭୂମିକାରେ ନଜର ଆସିଥିଲେ।

ଶୁଭମ୍ ମବୀ- ଶୁଭମ୍ ଉତ୍ତର ପ୍ରଦେଶର ନୋଏଡାରେ ରୁହନ୍ତି। ତାଙ୍କ ବୟସ ୧୯ ବର୍ଷ। ଟିମ୍‌ରେ ଅଲରାଉଣ୍ଡର ଭୂମିକା ନିଭାନ୍ତି ଶୁଭମ୍। ଚଳିତ ବିଶ୍ଵକପ୍‌ରେ ଭଲ ବୋଲିଂ ସହ ବ୍ୟାଟିଂ ମଧ୍ୟ କରିଛନ୍ତି।

ଅନୁକୂଳ ରୟ- ଅନବକୂଳ ରାୟ ଝାରଖଣ୍ଡରେ ବାସ କରନ୍ତି। ତାଙ୍କ ବୟସ ୧୯। ଅନୁକୂଳ ଟିମ୍‌ରେ ଜଣେ ଅଲରାଉଣ୍ଡର ଭୂମିକା ନିଭାଇଥାନ୍ତି।

ଇଶାନ୍ ପୋରେଲ୍- ଇଶାନ୍ ଚନ୍ଦ୍ରନାଥ ପୋରେଲ୍ ପଶ୍ଚିମବଙ୍ଗ ରୁହନ୍ତି। ୧୯ ବର୍ଷ ବୟସ ଇଶାନ୍ ଜଣେ ଡାହାଣହାତୀ ବୋଲର୍‌। ଚଳିତ ବିଶ୍ଵକପ୍‌ରେ ସେ ୪ଟି ମ୍ୟାଚ୍‌ରେ ୮ଟି ୱିକେଟ୍ ନେଇଛନ୍ତି।

 

 

Comment