ଓଡ଼ିଶାଲାଇଭ୍ ବ୍ୟୁରୋ
ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସର ପ୍ରଣୟ ସାହୁ। ବିଜେଡି ଓ ବିଜେପି ଭଳି ପ୍ରାର୍ଥିପତ୍ର ଦାଖଲ ବେଳେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି।
ବିଜେପୁର ଉପ-ନିର୍ବାଚନ ପାଇଁ ବିଜେପି ଓ ବିଜେପଡି ପ୍ରାର୍ଥିପତ୍ର ଦାକଲ କରିବା ପରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଅଫିସରେ ପ୍ରଣୟ ନାମାଙ୍କନ ଦାଖଲ କରିଛନ୍ତି।
ମଙ୍ଗଳବାର ଥିଲା ପ୍ରର୍ଥିପତ୍ର ଦାଖଲର ଶେଷ ଦିନ। ଶେଷ ଦିନରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି। ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରଣୟ ନାମାଙ୍କନ ଭରିଛନ୍ତି।
ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ହେମାନନ୍ଦ ବିଶ୍ବାଳ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ସୁର ରାଉତରାୟ ପ୍ରମୁଖ ବିଜେପୁର ଯାଇ ମାହୋଲକୁ ସର୍ଗରମ୍ କରିଛନ୍ତି।
“ବିଜେପୁରରେ ଲଢ଼େଇ ଜୋରଦାର ହେବ। କଂଗ୍ରେସ ଏଠାରେ ଜିତିବ। ବିଜେପୁର ହେଉଛି କଂଗ୍ରେସର ଗଡ଼”, କହିଛନ୍ତି ପ୍ରଣୟ ସାହୁ।
ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ବିଜେଡି ଓ ବିଜେପି ପାଖରେ ପ୍ରାର୍ଥୀ ନାହାନ୍ତି। ସେମାନେ ଅନ୍ୟ ଦଳରୁ ଲୋକଙ୍କୁ ଆଣି ପ୍ରାର୍ଥୀ କରୁଛନ୍ତି। ଯେଉଁମାନେ ଚାଷୀ ବିରୋଧୀ ସେମାନେ ବିଜେପୁର ଆସି ପ୍ରଚାର କରୁଛନ୍ତି। ବିଜେପୁରର ସଚେତନ ମତଦାତା ଏହାର ଜବାବ ଦେବେ।”
ବିଜେପୁର ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାକଲ ପ୍ରକ୍ରିୟା ଶେଷ ହୋଇଛି। ଶେଷଦିନ ସୁଦ୍ଧା ୧୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୯ ଜଣ ସ୍ବାଧୀନ ସଭ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।








ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସର ପ୍ରଣୟ ସାହୁ। ବିଜେଡି ଓ ବିଜେପି ଭଳି ପ୍ରାର୍ଥିପତ୍ର ଦାଖଲ ବେଳେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି।









