ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଆୟକର ଫାଇଲ୍‌ କରିବାର ଶେଷ ତାରିଖ ପାଖେଇ ଆସୁଛି। ଏଥିପାଇଁ ଆପଣଙ୍କ ହାତରେ ରହିଲା ମାତ୍ର ଦେଢ ମାସ। ୩୧ ମାର୍ଚ୍ଚ ପୂର୍ବରୁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣସ୍ (ଆଇଟିଆର୍) ଆପଣଙ୍କୁ ଫାଇଲ୍‌ କରିବାକୁ ପଡ଼ିବ।

ଆୟକର ଫାଇଲ୍ କରିବା ପୂର୍ବରୁ ଆପଣଙ୍କୁ କିଛି କାଗଜପତ୍ର ଯୋଗାଡ କରିବାକୁ ପଡ଼ିବ। ଏହାଦ୍ଵାରା ଆପଣ ନିଜେ ଅନ୍‌ଲାଇନରେ ଆୟକର ଫାଇଲ୍‌ ମଧ୍ୟ କରିପାରିବେ।

ଆସନ୍ତୁ ଜାଣିବା ଆପଣଙ୍କୁ କ’ଣ କରିବାକୁ ପଡ଼ିବ..

ପ୍ୟାନ୍‌ କାର୍ଡ

ଆଇଟିଆର୍‌ ଫାଇଲ୍‌ କରିବା ପାଇଁ ପ୍ରଥମେ ଆପଣଙ୍କ ପାଖରେ ପ୍ୟାନ୍‌ କାର୍ଡ ଥିବା ଆବଶ୍ୟକ। ଏହାଦ୍ଵାରା ଆପଣ ଇନ୍‌କମ୍‌ ଟ୍ୟାକ୍ସ ଇଣ୍ଡିଆ ୱେବ୍‌ସାଇଟ୍‌କୁ ଯାଇ ରେଜିଷ୍ଟର କରନ୍ତୁ।

ଆଧାର କାର୍ଡ

ଆୟକର ଫାଇଲ୍‌ କରିବା ପାଇଁ ଆଧାର ଓ ପ୍ୟାନ୍‌ କାର୍ଡ ଲିଙ୍କ୍ ହେବା ନିହାତି ଜରୁରୀ। ଅତିସହଜରେ ଅନଲାଇନ୍‌ରେ ମଧ୍ୟ ଏହାକୁ ଲିଙ୍କ୍ କରାଇପାରିବେ।

ବ୍ୟାଙ୍କ୍ ଆକାଉଣ୍ଟର ସମ୍ପୂର୍ଣ୍ଣ ବିବରଣୀ

ଆୟକର ଫାଇଲ୍‌ କରିବା ପୂର୍ବରୁ ଆର୍ଥିକ ବର୍ଷରେ ବ୍ୟାଙ୍କ୍ ଖାତାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିଥାଏ।

ଫର୍ମ ୧୬

ଆୟକର ଫାଇଲ୍‌ କରିବା ସମୟରେ ଆପଣଙ୍କ ପାଖରେ ଫର୍ମ-୧୬ ରହିବା ଆବଶ୍ୟକ। ଏହି ଫର୍ମ ଆପଣଙ୍କୁ କମ୍ପାନିର ନିଯୁକ୍ତିଦାତାଙ୍କ ପକ୍ଷରୁ ମିଳିଥାଏ। ଏହି ଫର୍ମରେ ଆର୍ଥିକ ବର୍ଷରେ ଆପଣଙ୍କୁ ଦିଆଯାଇଥିବା ଦରମା ଓ ଟିଡିଏସ୍‌ର ସମ୍ପୂର୍ଣ୍ଣ ବିବରଣୀ ଉପଲବ୍ଧ ଥାଏ।

ମ୍ୟୁଚୁଆଲ୍‌ ଫଣ୍ଡ୍ ନିବେଶ

ଯଦି ଆପଣ ମ୍ୟୁଚୁଆଲ୍‌ ଫଣ୍ଡ୍ ବା ପିପିଏଫ୍‌ରେ ନିବେଶ କରିଛନ୍ତି ତେବେ ଆପଣଙ୍କୁ ଟ୍ୟାକ୍ସ କିଛିଟା ମୁକ୍ତି ଦେବାରେ ସହାୟକ ହୋଇଥାଏ। ତେଣୁ ଯଦି ଆପଣ ନିବେଶ କରିଛନ୍ତି ତେବେ ତାହାର ବିବରଣୀ ପାଖରେ ରଖନ୍ତୁ।

ଲୋନ୍‌ ବିବରଣୀ

ଆପଣ ଯଦି ଘର କିମ୍ବା ଶିକ୍ଷା ପାଇଁ ଋଣ ନେଇଛନ୍ତି ତେବେ ଆୟକର ଫାଇଲ୍‌ କରିବା ପୂର୍ବରୁ ଏହାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିଥାଏ।

Comment