ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର ଜବାବ ରଖିଲା ବିଜେଡି
  • ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ
  • ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ

ବିଜେପୁର ଉପ-ନିର୍ବାଚନ ପାଇଁ ଶେଷ ହେଉଛି ପ୍ରଚାର। ଆଉ ଗୋଟିଏ ଦିନ ପରେ ଭୋଟ୍। ଏହା ପୂର୍ବରୁ ଆରୋପ ପ୍ରତ୍ୟାରୋପ ଜୋର୍ ଧରିଛି। ମୁକ୍ତ ଓ ଅବାଧ ନିର୍ବାଚନ ନେଇ ଆଶଙ୍କା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବରଗଡ଼ରେ ସାମ୍ବାଦିକ ସମ୍ମିଳନୀ କରି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସରମାନେ ନିର୍ବାଚନ ପରିଚାଳନା କରୁଥିବା ସେ ଅଭିଯୋଗ କରିଛନ୍ତି। ତୃତୀୟ ମହଲାର ୫ ଅଫିସରଙ୍କ ନାଁ ନେଇ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଦୁଇଦିନ ତଳେ ପାଣ୍ଡିଆନ୍ ଭୁବନେଶ୍ୱରରେ ଏକ ବୈଠକ କରିଥିଲେ। ଏଥିରେ କୁଟ୍ଟେ, ଗୋପବନ୍ଧୁ ବାବୁ, ପ୍ରଦୀପ୍ତ ବାବୁ, ମହିଳା ଅଧିକାରୀ ରୂପା ରୋଶନ ସାହୁ ଉପସ୍ଥିତ ଥିଲେ। ଏହି ୫ ଅଫିସର ୧୦୦ ସରକାରୀ କର୍ମଚାରୀଙ୍କୁ ଛୁଟି ଦେଇ ବିଜେପୁରକୁ ପଠାଇଛନ୍ତି। ଏ ସମ୍ପର୍କରେ ଆମେ ନିର୍ବାଚନ କମିଶନ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛୁ। ଏହି ୫ ଅଫିସରଙ୍କୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନିରୀକ୍ଷଣ କରାଯାଉ। ସେମାନଙ୍କ ଭିଡିଓଗ୍ରାଫି ସହ ଫୋନ୍ ମନିଟରିଂ କରାଯାଉ। ହ୍ୱାଟ୍ସଆପ୍‌ ଏବଂ ଟେଲିଗ୍ରାମକୁ ମଧ୍ୟ ମନିଟରିଂ କରାଯାଉ।”

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ ଆମେ ଭାବିଥିଲୁ ବିଜେପୁରରେ ଆମେ ବିଜେଡି ସହ ଲଢ଼େଇ କରିବୁ। କିନ୍ତୁ ଆମେ ଏଠି ଅଫିସରମାନଙ୍କ ସହ ଲଢ଼େଇ କରୁଛୁ। କିନ୍ତୁ ଆମର ବିଶ୍ୱାସ ଅଛି ବିଜେପୁରବାସୀ ବିଜେପି ସପକ୍ଷରେ ମତଦାନ କରିବେ।

ବିଜେପିର ଏହି ଅଭିଯୋଗ ପରେ ବିଜେଡି କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି। ସାମ୍ବାଦିକ ସମ୍ମିଳନୀରେ ପ୍ରସନ୍ନ ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଛନ୍ତି।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “୩ ଦିନ ତଳେ ଧର୍ମେନ୍ଦ୍ର ବିଜେପୁରର ଏକ ପେଟ୍ରୋଲ ଟାଙ୍କିକୁ ଯାଇଥିଲେ। କର୍ମଚାରୀଙ୍କୁ ଗାଳି ଦେଇ ମାଲିକଙ୍କୁ ଡାକିବାକୁ କହିଥିଲେ। ହେଲେ ମାଲିକ ବାହାରେ ଥିବାରୁ ଆସିପାରି ନଥିଲେ। ପରେ ପେଟ୍ରୋଲିୟମ ଅଧିକାରୀ ପହଞ୍ଚି ସଂପୃକ୍ତ ଟାଙ୍କିକୁ ବନ୍ଦ କରିଥିଲେ।”

Comment