ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଛି। ହୃଦଘାତ ନୁହେଁ, ବାଥ୍‌ ଟବ୍‌ରେ ପଡ଼ିଯାଇ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି।

ବଲିଉଡର ଭେଟେରାନ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଛି। ଦୁବାଇର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ବାଥ୍‌ଟବ୍‌ରେ ବୁଡ଼ି ଯାଇ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି।

ଗଲ୍‌ଫ ନ୍ୟୁଜ୍ ଏଜେନ୍ସୀର ରିପୋର୍ଟ ଅନୁଯାୟୀ, ଶ୍ରୀଦେବୀ ୨୪ ତାରିଖ ରାତିରେ ନିଶାରେ ଥିଲେ। ତାଙ୍କ ଶରୀରରେ ଆଲକହଲ ମାତ୍ରା ଅଧିକ ରହିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି। ବାଥ୍ ରୁମ୍‌ରେ ସେ ଭାରସାମ୍ୟ ହରାଇ ବାଥ୍‌ଟବ୍‌ରେ ଖସି ପଡ଼ିଥିଲେ।

ଏପଟେ ଶ୍ରୀଦେବୀଙ୍କ ମୃତ୍ୟୁର ସମସ୍ତ କାଗଜପତ୍ର ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଛି।

ପୋଲିସ ଅଧିକାରୀ ମହସିନ୍ ଅବଦୁଲ କବି କହିଛନ୍ତି, “ଶ୍ରୀଦେବୀଙ୍କ ମୃତ୍ୟୁ ସମ୍ପର୍କିତ କାଗଜପତ୍ର ଦୁବାଇରୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟ ଏବଂ ମୃତ୍ୟୁ ସାର୍ଟିଫିକେଟ୍ ମଧ୍ୟ ଭାରତୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟକୁ ଗୋପନୀୟ ରଖାଯାଇଛି। ସରକାରୀ ସ୍ତରରେ ବିଭିନ୍ନ ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଭାରତକୁ ଅଣାଯିବ।”

ଶ୍ରୀଦେବୀଙ୍କ ସ୍ୱାମୀ ବୋନି କାପୁରଙ୍କୁ ଦୁବାଇ ପୋଲିସ ପଚରାଉଚରା କରିଛି।

Comment