ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରାଟ କୋହଲି ଡ୍ରେସିଂ ରୁମରେ ଟିମ୍‌ ଇଣ୍ଡିଆର ଗବର ଶିଖର ଧାୱନଙ୍କର ମୁଣ୍ଡ ମସାଜ କରୁଥିବା ଭିଡିଓ ଭାଇରାଲ୍

ଟି-୨୦ ସିରିଜ୍‌ ବିଜୟ ସହ ଭାରତ ସଫଳ ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିଛି। ବିରାଟ କୋହଲିଙ୍କ ନେତୃତ୍ଵାଧିନ ଟେଷ୍ଟ ସିରିଜ୍ ହାରିବା ପରେ ଦିନିକିଆ ଓ ଟି-୨୦ରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରି ସିରିଜ୍ କବ୍ଜା କରିଥଲା।

ଦିନିକିଆରେ ଘରୋଇ ଦଳକୁ ୫-୧ ପରାସ୍ତ କରିଥିବାବେଳେ ଟି-୨୦ରେ ୨-୧ ବିଜୟ ହାସ କରିଥିଲା ଭାରତ।

ମାଂସପେଶୀରେ ଯନ୍ତ୍ରଣା କାରଣରୁ କୋହଲି ଶେଷ ଟି-୨୦ ମ୍ୟାଚ୍‌ ଖେଳି ପାରିନଥିଲେ। ତାଙ୍କ ସ୍ଥାନରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ। ଏଥିରେ ଦଳ ରୋମାଞ୍ଚକର ବିଜୟ ହାସଲ କରିବା ସହିତ ସିରିଜ୍ ହାତେଇ ଥିଲା।

ମ୍ୟାଚ୍‌ ସମୟରେ ବିରାଟ କୋହଲି ଡ୍ରେସିଂ ରୁମରେ ଟିମ୍‌ ଇଣ୍ଡିଆର ଗବର କୁହାଯାଉଥିବା ଶିଖର ଧାୱନଙ୍କର ମୁଣ୍ଡ ମସାଜ କରୁଥିବାର ନଜର ଆସିଥିଲେ।

ଭାରତ ବ୍ୟାଟିଂ କରୁଥିବାବେଳେ ଶେଷ ଓଭରରେ ଭାରତୀୟ ଡେସିଂ ରୁମ୍‌ରେ ବିରାଟ ଗବରଙ୍କ ମୁଣ୍ଡ ମସାଜ୍ କରୁଥିବାର ଦେଖାଯାଇଥିଲା।

 

Comment