ଓଡ଼ିଶାଲାଇଭ୍ ବ୍ୟୁରୋ

  • ମୁମ୍ବାଇସ୍ଥିତ ‘ଭାଗ୍ୟ ବଙ୍ଗଳା’କୁ ନିଆଯିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର
  • ବଙ୍ଗଳାକୁ ଶ୍ରୀଦେବୀଙ୍କ ମନ ପସନ୍ଦର ଫୁଲରେ ସଜା ଯାଇଛି
  • ଶେଷ ଦର୍ଶନ ପାଇଁ ଶୁଭେଚ୍ଛୁଙ୍କ ଭିଡ଼

ଆଜି ମୁମ୍ବାଇ ଆସିବ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ମରଶରୀର। ଏଥିପାଇଁ ଦୁବାଇ ପୋଲିସ ଦେଇଛି ଅନୁମତି। ଦୁବାଇର ସରକାରୀ ଓକିଲଙ୍କ ଅନୁମତି ମିଳିବା ପରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଭାରତ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁବାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ଶ୍ରୀଦେବୀଙ୍କ ମରଶରୀରକୁ ମୁମ୍ବାଇ ଅଣାଯିବ। ଏପଟେ ଦୁବାଇ  ପୋଲିସ ଶ୍ରୀଦେବୀଙ୍କ ମାମଲା ବନ୍ଦ କରିଛି। ସନ୍ଧ୍ୟା ସୁଦ୍ଧା ଶ୍ରୀଦେବୀଙ୍କ ପାର୍ଥିବ ଶରୀର ମୁମ୍ବାଇରେ ପହଞ୍ଚିବ।

୨୪ ତାରିଖ ରାତିରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ହାର୍ଟ ଆଟାକ୍ ଯୋଗୁ ହୋଇଥିବା ୨୫ ତାରିଖରେ ଜଣାପଡ଼ିଥିଲା। ଫଳରେ ଦୁବାଇ ପୋଲିସ ଘଟଣାର ଖୋଳତାଡ଼ କରିଥିଲା। ଫୋରେନସିକ୍ ଲ୍ୟାବ ରିପୋର୍ଟ ଆସିବା ପରେ ଦୁବାଇ ପୋଲିସ ଏବଂ ସରକାରୀ ଓକିଲ ଯାଞ୍ଚ କରିଥିଲେ। ଫଳରେ ଶ୍ରୀଦେବୀଙ୍କ ମରଶରୀର ଭାରତ ଆସିବାରେ ବିଳମ୍ବ ହୋଇଥିଲା।

ହାର୍ଟ ଆଟାକ୍ ନୁହେଁ, ବାଥ୍‌ଟବ୍‌ରେ ପଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା। ଶ୍ରୀଦେବୀଙ୍କ ସ୍ୱାମୀ ବୋନିକପୁର ମଙ୍ଗଳବାର ଦୁବାଇରେ ପହଞ୍ଚିଥିଲେ।

ଶ୍ରୀଦେବୀଙ୍କ ଶେଷ ଦର୍ଶନ କରିବା ପାଇଁ ମୁମ୍ବାଇରେ ତାଙ୍କର ବହୁ ଶୁଭେଚ୍ଛୁ ଅପେକ୍ଷା କରି ରହିଛନ୍ତି। ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଭାରତରେ ପହଞ୍ଚିବା ପରେ ମୁମ୍ବାଇସ୍ଥିତ ଭାଗ୍ୟବଙ୍ଗଳାକୁ ଅଣାଯିବ। ଏହି ବଙ୍ଗଳାକୁ ଶ୍ରୀଦେବୀଙ୍କ ମନପସନ୍ଦର ଫୁଲରେ ସଜା ଯାଇଛି।

Comment