ଓଡ଼ିଶାଲାଇଭ୍‌ ବ୍ୟୁରୋ

“ବିଜେପୁର ଭୋଟରଙ୍କ ଉପରେ ଆମର ବିଶ୍ୱାସ ରହିଥିଲା। ସେମାନେ ଆମ ବିଶ୍ବାସକୁ ଅତୁଟ ରଖିଛନ୍ତି। ବିଜେଡି ପ୍ରତି ସେମାନେ ସମର୍ଥନ ଜଣାଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ମୋ ସ୍ୱାମୀ ସୁବଳ ସାହୁଙ୍କ ଲୋକପ୍ରିୟତା ଆଧାରରେ ଭୋଟ ହାର ବୃଦ୍ଧି ପାଇଛି”, କହିଛନ୍ତି ରିତା ସାହୁ।

ବିଜେପୁରରୁ ଉପ-ନିର୍ବାଚନର ରାୟ ଆସିବା ପରେ ଏବଂ ବିଜେଡିର ଭୋଟ ହାର ବଢ଼ୁଥିବା ବେଳେ ରିତା ଏହି ବୟାନ ଦେଇଛନ୍ତି।

ସେ ଆହୁରି କହିଛନ୍ତି, “ବିଜେପୁରବାସୀଙ୍କୁ ସୁଖଦୁଃଖରେ ମୁଁ ସାଥୀ ହେବି। ବିଜେପୁରକୁ ନେଇ ମୋ ସ୍ୱାମୀ ଦେଖିଥିବା ସ୍ବପ୍ନକୁ ସାକାର କରିବି।”

ବିଜେପୁରରୁ ଆସୁଛି ବଡ଼ ରାୟ। ବିଜେଡି ବିଜୟ ପଥରେ ଅଗ୍ରସର ହେଉଛି। ଦିନ ସାଢ଼େ ୧୨ଟା ସୁଦ୍ଧା ବିଜେଡି ପ୍ରାର୍ଥୀ ରିତା ସାହୁ ୩୬ ହଜାର ଭୋଟରେ ଆଗୁଆ ରହିଛନ୍ତି। ବିଜେଡିର ଭୋଟ ହାର ବଢ଼ିଥିବାରୁ ବିଜେଡି କର୍ମୀ ଉତ୍ସବ ପାଳୁଛନ୍ତି। ବିଜେପୁରରେ କର୍ମୀମାନେ ବାଜା ବଜାଇ, ବାଣ ଫୁଟାଇ ଉତ୍ସବ ସେଲିବ୍ରେସନ କରୁଛନ୍ତି।

ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କର୍ମୀମାନଙ୍କ ସେଲିବ୍ରେସନରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ପ୍ରତିପକ୍ଷଙ୍କୁ ଟାର୍ଗେଟ୍ କରିଛନ୍ତି।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଆମେ ଜାଣିଥିଲୁ ବିଜେପୁର ଭୋଟର ଆମକୁ ନିରାଶ କରିବେ ନାହିଁ। ଏଠାକାର ଭୋଟର ହିଂସା, ଗୁଣ୍ଡାରାଜ ଏବଂ ଚପଲ ମାଡ଼ର ପ୍ରତିବାଦ କରି ସେମାନଙ୍କ ରାୟ ଦେଇଛନ୍ତି। ଗୁଣ୍ଡାରାଜ ଏବଂ ହିଂସା ରାଜନୀତି ବିରୋଧରେ ଏହି ରାୟ ଆସିଛି। ଶାନ୍ତିପ୍ରିୟ ରାଜ୍ୟର ଲୋକେ ଅହିଂସାକୁ ବରଖାସ୍ତ କରିଛନ୍ତି।”

Comment