ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲାଞ୍ଚ କାରବାର ଅଭିଯୋଗରେ ଗିରଫ ହୋଇଥିବା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ଶୁକ୍ରବାର ମାରାଥନ ଜେରା କରିଛି। ସିବିଆଇ ଅଧିକାରୀଙ୍କ ପ୍ରଶ୍ନବାଣରେ କାର୍ତ୍ତି ଘାଇଲା ହୋଇଛନ୍ତି।

ଆରମ୍ଭରୁ କାର୍ତ୍ତିକୁ ସିବିଆଇ ଅଧିକାରୀ ପ୍ରଶ୍ନବାଣରେ ଆକ୍ରମଣ କରିଥିଲେ। ଏଫ୍‌ପିଆଇବି ଅନୁମତିକୁ ନେଇ ଗଡ଼େଇ ତୁଡେଇ ପ୍ରଶ୍ନ କରିଥିଲା। କାଳେ କାର୍ତ୍ତି ଏହି ପ୍ରଶ୍ନକୁ ଫାଙ୍କି ଦେବେ ସେଥିପାଇଁ ସିବିଆଇ ଅଧିକାରୀ ଏଫ୍‌ପିଆଇବି ସହ ଜଡ଼ିତ ସମସ୍ତ କାଗଜପତ୍ର କାର୍ତ୍ତିଙ୍କୁ ଦେଖାଇଥିଲେ। ଏହାସହ ମ୍ୟାନେଜମେଣ୍ଟ ଲିମିଟେଡ କମ୍ପାନି ସମ୍ପର୍କରେ ସିବିଆଇ ପଚାରିଥିଲା।

ଆଇଏନ୍‌ଏକ୍ସ ଦୁର୍ନୀତି ମାମଲାରେ କାର୍ତ୍ତି ଚିଦାମ୍ବରମ ଗିରଫ ହୋଇଥିଲେ। ଏବେ କାର୍ତ୍ତିଙ୍କୁ ସିବିଆଇ ୬ ଦିନିଆ ରିମାଣ୍ଡରେ ନେଇଛି। ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ସିବିଆଇ ୧୪ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ହେଲେ କୋର୍ଟ ୬ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଆଇଏନଏକ୍ସ ଦୁର୍ନୀତି ଓ ଲାଞ୍ଚ କାରବାରରେ କାର୍ତ୍ତିଙ୍କୁ ସିବିଆଇ ବୁଧବାର ଦିନ ଗିରଫ କରିଥିଲା।

ଆଇଏନଏକ୍ସ ଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ ସିବିଆଇ କାର୍ତ୍ତିଙ୍କୁ ଜେରା କରିଛି। ୧୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି ନା ଆହୁରି ଅଧିକ ହୋଇଛି ତାହା ଜାଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସିବିଆଇ ଅଧିକାରୀ।

ବିଦେଶୀ ପୁଞ୍ଜି ନିବେଶ ପାଇଁ କାର୍ତ୍ତିଙ୍କୁ କିଏ ଭେଟିଥିଲା ଏବଂ କାର୍ତ୍ତି ତାଙ୍କୁ କାହିଁକି ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ସେ ସମ୍ପର୍କରେ ସିବିଆଇ ଜେରା କରିଛି। କାର୍ତ୍ତିଙ୍କ ଘରୁ ଜବତ ହୋଇଥିବା ଏଏସ୍‌ଏମ୍‌ ଫିଗର କମ୍ପାନିର ରସିଦ କାହାର ଓ ଏହି କମ୍ପାନି ସହ କାର୍ତ୍ତି କି କାରବାର କରିଥିଲେ ତାହା ଜାଣିବାକୁ ଚେଷ୍ଟା କରିଛି ସିବିଆଇ।

Comment